Categories: ଖେଳ

ବାଂଲାଦେଶକୁ ପ୍ରାରମ୍ଭିକ ଝଟ୍‌କା

ଇନ୍ଦୋର,୧୬।୧୧- ସ୍ଥାନୀୟ ହୋଲ୍‌କାର ଷ୍ଟାଡିୟମ୍‌ରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ବାଂଲାଦେଶ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ପ୍ରଥମ ଇନିଂସରେ ମାତ୍ର ୧୫୦ ରନ୍‌ କରିଥିତ୍ବା ଭ୍ରମଣକାରୀ ଦଳ ରିପୋର୍ଟ ଲେଖା ହେବସୁଦ୍ଧା ଦ୍ୱିତୀୟ ପାଳିରେ ୪ ଉଇକେଟ ହରାଇ ୪୪ ରନ୍‌ କରିଛି। ଭାରତୀୟ ପେସରମାନେ ୪ ଉଇକେଟ ବାଣ୍ଟି ନେଇଛନ୍ତି। ମହମ୍ମଦ ଶାମି ୨, ଈଶାନ୍ତ ଶର୍ମା ଓ ଉମେଶ ଯାଦବ ଗୋଟିଏ କରି ଉଇକେଟ ନେଇଛନ୍ତି। ମ୍ୟାଚ୍‌ରେ ଆଜିକୁ ମିଶାଇ ୩ ଦିନ ବାକି ଥିବାବେଳେ ବାଂଲାଦେଶକୁ ଇନିଂସ ପରାଜୟ ଏଡ଼ାଇବା ପାଇଁ ଆଉ ବଳକା ୬ ଉଇକେଟରେ ୨୯୯ ରନ୍‌ ଦରକାର। ଭାରତୀୟ ଦଳ ତା’ର ପ୍ରଥମ ଇନିଂସ ସ୍କୋର ୪୯୩/୬ରେ ହିଁ ସମାପ୍ତି ଘୋଷଣା କରିଥିଲା।

Share