ବହୁ ରୋଗର ମହୌଷଧି ରାମବାଣ କିଓ୍ବି

କିଓ୍ବି ଚାଇନାର ଏକ ଫଳ। ଏହାକୁ ଚାଇନାର ଜାତୀୟ ଫଳ ଭାବେ ମାନ୍ୟତା ଦିଆଯାଇଛି। ଏହା ଅଙ୍ଗୁର ପରି ହୋଇଥିଲେ ମଧ୍ୟ ଆକାରରେ ବଡ଼। ଖାଇବାକୁ ସ୍ବାଦିଷ୍ଠ ଲାଗିଥାଏ। ଚାଇନାରେ ଏହି ଫଳକୁ ୟଙ୍ଗ ତାଓ କୁହାଯାଏ। ତେବେ ବିଭିନ୍ନ ଦେଶ ତଥା ଜାପାନ, ଇଟାଲି, ନ୍ୟୁଜିଲାଣ୍ଡରେ ଏହି ଫଳର ଭିନ୍ନ ଭିନ୍ନ ନାମ ରହିଛି। ତେବେ ଏହାର କିଓ୍ବି ନାମ ନ୍ୟୁଜିଲାଣ୍ଡର ଜାତୀୟ ପକ୍ଷୀ ‘କିଓ୍ବି’ ନାମାନୁସାରେ ହୋଇଛି। ଏହାର କାରଣ ହେଉଛି କିଓ୍ବି ପକ୍ଷୀର ରଙ୍ଗ ଭଳି ଏହି ଫଳର ରଙ୍ଗ ହୋଇଥାଏ।
କିଓ୍ବି ଫଳ ସ୍ବାସ୍ଥ୍ୟ ପାଇଁ ଅନେକ ଉପକାରୀ। ଏହି ଫଳ ବ୍ୟବହାର କଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ। ନିମ୍ନ ରକ୍ତଚାପଠାରୁ ଆରମ୍ଭ କରି ଷ୍ଟ୍ରୋକ୍‌, ମୋଟାପଣ ଏବଂ ଅଧିକ ବିପଦପୂର୍ଣ୍ଣ ରୋଗ ପାଇଁ ଏହା ମହୌଷଧି ପରି କାମ କରିଥାଏ। କ୍ୟାନ୍‌ସର ପାଇଁ ମଧ୍ୟ ଏହି ଫଳ ବରଦାନ ସଦୃଶ। ଚର୍ମରୋଗ ସମସ୍ୟା ସୃଷ୍ଟି ହେଉଥିବା ଲୋକେ ମଧ୍ୟ ଏହି ଫଳ ଖାଇବା ଉଚିତ। କମ୍‌ ରକ୍ତ, ସୁଗାରଠାରୁ ମଧ୍ୟ ମୁକ୍ତି ମିଳିଥାଏ। କିଓ୍ବିରେ- ମାଇକ୍ରୋବାଇଏଲ୍‌ ଗୁଣ ରହିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଗର୍ଭବତୀ ମହିଳାଙ୍କୁ ଆଇରନ ଅଧିକ ଆବଶ୍ୟକ ହୋଇଥାଏ। ତେବେ ଶରୀରରେ ଆଇରନ ମାତ୍ରା ବଢ଼ାଇବା ପାଇଁ ସେମାନଙ୍କୁ ଏହିଫଳ ଖାଇବାକୁ ଦିଆଯାଇଥାଏ। ଶ୍ୱାସରୋଗୀ ପାଇଁ ମଧ୍ୟ ଉକ୍ତ ଫଳ ଲାଭଜନକ ହୋଇଥାଏ। ଏହାକୁ ଖାଇଲେ ପାଚନ ଓ ସଂକ୍ରମଣ ଜନିତ ସମସ୍ୟା ଦୂରେଇ ଯାଇଥାଏ।