Posted inଖେଳ

ବହୁମୂଲ୍ୟ ଚୁକ୍ତି କରିବାକୁ ଯାଉଛନ୍ତି ବାଲେ

ପ୍ୟାରିସ୍‌, ୨୮।୭(ଏଏଫ୍‌ପି)- ରିୟଲ ମାଡ୍ରିଡ ଫରଓ୍ବାର୍ଡ ଗ୍ୟାରେଥ ବାଲେ ଏକ ବହୁମୂଲ୍ୟ ଚୁକ୍ତି କରିବାକୁ ଯାଉଛନ୍ତି। ସେ ଚାଇନିଜ ସୁପର ଲିଗ୍‌ କ୍ଳବ୍‌ ଜିଆଙ୍ଗସୁ ସୁନିଙ୍ଗ ସହ ଏକ ହାଇପ୍ରୋଫାଇଲ ଚୁକ୍ତିରେ ସ୍ବାକ୍ଷର କରିବାକୁ ଯାଉଛନ୍ତି। ଗୋଟିଏ ସପ୍ତାହକୁ ସେ ୧ ମିଲିୟନ ପାଉଣ୍ଡ ବିନିୟମରେ ଏହି ଚୁକ୍ତି କରିବେ ବୋଲି ଏକ ରିପୋର୍ଟରୁ ଜଣାପଡିଛି। ୩୦ ବର୍ଷୀୟ ଏହି ଓ୍ବଲ୍ସ ଫୁଟବଲରଙ୍କୁ ରିୟଲ ମାଡ୍ରିଡ କୋଚ୍‌ ଜିନେଡାଇନ ଜିଡାନ ମଧ୍ୟ ତାଙ୍କ ଆଭିମୁଖ୍ୟ ଜଣାଇସାରିଛନ୍ତି। ମାଡ୍ରିଡର ଭବିଷ୍ୟତ ଯୋଜନାରେ ବାଲେ ସାମିଲ ନୁହନ୍ତି ବୋଲି ଜିଡାନ ସ୍ପଷ୍ଟ କରିସାରିଛନ୍ତି। ୨୦୧୩ରୁ ବାଲେ ରିୟଲ ମାଡ୍ରିଡ ସହ ଜଡିତ ରହିଆସିଛନ୍ତି। ତେବେ ସେ ଏହାପୂର୍ବରୁ ଟୋଟେନହାମ୍‌ ପାଇଁ ଖେଳିଆସୁଥିଲେ। ଏବେ ସେ ଚାଇନାରେ ସେସନ ପିଛା ୨୨ ମିଲିୟନ ଅର୍ଥ ରୋଜଗାର କରିବେ ଓ ଏହି ଚୁକ୍ତି ପ୍ରାୟତଃ ଅନ୍ତିମ ରୂପ ନେଇ ସାରିଛି।
ଅନ୍ୟପଟେ ବାଲେ ଯେତେଶୀଘ୍ର ରିୟଲ ମାଡ୍ରିଡ ଛାଡିବେ ସମସ୍ତଙ୍କ ପାଇଁ ସେତେ ଭଲ ହେବ ବୋଲି କୋଚ୍‌ ଜିଡାନ କହିଛନ୍ତି। ତେବେ ଏହାକୁ ବାଲେଙ୍କ ପ୍ରତିନିଧି ଜୋନାଥନ ବାର୍ନେଟ୍‌ ୁ ନାପସନ୍ଦ କରିଛନ୍ତି। ଏଭଳି ଉକ୍ତି ବାଲେଙ୍କ ପ୍ରତି ଅସମ୍ମାନ ବୋଲି ସେ କହିଛନ୍ତି। ଗତ ୬ ବର୍ଷ ମଧ୍ୟରେ ବାଲେ ରିୟଲ ମାଡ୍ରିଡକୁ ଝରେ ସ୍ପାନିସ ଲିଗ୍‌ ଟାଇଟଲ ଓ ୪ଥର ଚାମ୍ପିୟନ୍ସ ଲିଗ୍‌ ଟାଇଟଲ ପ୍ରଦାନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ତେବେ ବାଲେଙ୍କୁ ଆମେ ଅସମ୍ମାନ କରିନାହୁଁ ବୋଲି ଜିଡାନ ସ୍ପଷ୍ଟ କରିଛନ୍ତି। ବାଲେଙ୍କ ପାଇଁ ମୁଁ ବେଶ୍‌ ଖୁସି। ବାଲେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲର ଭାବେ ବିବେଚିତ ହୁଅନ୍ତି। ଏହି ଚୁକ୍ତି ତାଙ୍କ କ୍ୟାରିୟରକୁ ନୂଆ ମୋଡ ଦେବ ଓ ସେ ଆହୁରି ସଫଳ ହେବେ ବୋଲି ବାର୍ନେଟ କହିଛନ୍ତି। ଉଲ୍ଲେଖଥାଉ କି, ୬ ଫୁଟ୍‌ ୧ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ବାଲେ ସାଉଥାମ୍ପଟନ, ଟୋଟେନହାମ ଓ ରିୟଲ ମାଡ୍ରିଡ ପାଇଁ ଫୁଟବଲ ଖେଳିଛନ୍ତି। ସେ ଓ୍ବେଲ୍ସ ତରଫରୁ ୧୭, ୧୯ ଓ ୨୧ ବର୍ଷରୁ କମ୍‌ ବର୍ଗରେ ଫୁଟବଲ ଖେଳି ବେଶ୍‌ ସଫଳ ରହିଥିଲେ। ଓ୍ବେଲ୍ସ ସିନିୟର ଦଳ ପାଇଁ ବାଲେ ୭୭ଟି ମ୍ୟାଚ୍‌ ଖେଳି ୩୧ଟି ଆନ୍ତର୍ଜାତିକ ଗୋଲ ସ୍କୋର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri