ବହଳଦା ବ୍ଲକରେ ପ୍ରଥମ କରୋନା ରୋଗୀ ଚି଼ହ୍ନଟ

ବହଳଦା,୬।୬(ଡି.ଏନ୍‌.ଏ.): ମୟୁରଭଞ୍ଜ ଜିଲା ବହଳଦା ବ୍ଲକରେ ପ୍ରଥମ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତ ଜଣଙ୍କ ଶଶ ଗାଁ ର ଜଣେ ୨୩ବର୍ଷୀୟା ବିବାହିତା ମହିଳା ବୋଲି ଜଣାପଡିଛି। ଗତ ମେ ୯ ତାରିଖରେ ମହିଳା ଜଣକ ସ୍ବାସ୍ଥ୍ୟ ଖରାପ୍‌ ହେବାରୁ ନିକଟସ୍ଥ ବହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଡାକ୍ତର ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରୁ ପୁଣି ତାଙ୍କୁ ତାଙ୍କୁ କରଞ୍ଜିଆ ପଠାଯାଇ ସ୍ବାବ ଟେଷ୍ଟ କରାଯାଇଥିଲା। ତେବେ ରିପୋର୍ଟ ନେଗେଟିଭ ଆସିବାରୁ ସେ ହସ୍ପିଟାଲରୁ ଫେରି ନିଜ ବାପଘର କୁଲଗୀରେ କିଛିଦିନ ରହିଥିଲେ। କିନ୍ତୁ ସେଠାରେ ପୁଣି ଅସୁସ୍ଥ ଅନୁଭବ କରିବାରୁ ରାଇରଙ୍ଗପୁର, ବାରିପଦା ଓ ଶେଷରେ ମେ ୩୧ରେ ତାଙ୍କୁ କଟକ ପଠାଯାଇଥିଲା। ସେଠାରେ ତାଙ୍କର କରୋନା ଯାଞ୍ଚ କରାଯାଇଥିଲା। ଶନିବାର ଆସିଥିବା ରିପୋର୍ଟରେ ତାଙ୍କର କାରୋନା ପଜିଟିଭ୍‌ ବାହାରିଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ବିଡିଓ ସୂଚନା ଦେଇଛନ୍ତି। ଅପରପକ୍ଷେ ମହିଳା ଜଣଙ୍କ ବାହାରକୁ ଯାଇ ନ ଥିବା ବେଳେ କୌଣସି ସନ୍ଦିଗ୍ଧଙ୍କ ସଂସ୍ପର୍ଶରେ ମଧ୍ୟ ଆସିନାହାନ୍ତି। ତେବେ ସେ କିଭଳି ସଂକ୍ରମିତ ହେଲେ ଏନେଇ ଏବେ ପ୍ରଶାସନର ଚିନ୍ତା ବଢ଼ିଯାଇଛି। ଅପରପକ୍ଷେ ଦ୍ୱିତୀୟ କରୋନା ରୋଗୀ ଜଣକ ବହଳଦା ଆଦର୍ଶ ବିଦ୍ୟାଳୟ କ୍ୱାରାର୍ଟାଇନ୍‌ ସେଣ୍ଟରର ଆଉ ଜଣେ ମହିଳା ବୋଲି ଜଣାପଡିଛି। ବାରିପଦା କୋଭିଡ କେନ୍ଦ୍ରରେ ସ୍ବାବ ଟେଷ୍ଟ ହେବା ପରେ ତାଙ୍କର ବି ରିପୋର୍ଟ ପଜିଟିଭ ଆସିଛି।