ବସ ରୋକି ଯାତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ଅଜଣା ବ୍ୟକ୍ତି

ଇସଲାମାବାଦ୍‌,୧୮।୪: ପାକିସ୍ତାନରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ବାଲୁଚିସ୍ତାନ ରାଜମାର୍ଗରେ ୫-୬ ଯାତ୍ରୀବାହୀ ବସ୍‌କୁ କେତେକ ଅଜଣା ବ୍ୟକ୍ତି ଅଟକାଇଥିଲେ। ଯାତ୍ରୀମାନଙ୍କୁ ବାହାରକୁ ଆଣି ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Share