ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲା ଯାତ୍ରୀ

କୋକସରା,୩।୮(ଡି.ଏନ.ଏ.)
କଳାହାଣ୍ଡି ଜିଲା ଆମପାଣି ଥାନା ଅଧୀନ ୨୬ ନଂ. ଜାତୀୟ ରାଜପଥ ସିଉନି ଗାଁ ବିଦ୍ୟାଳୟ ସାମ୍ନା ବୁଲାଣିରେ ଶୁକ୍ରବାର ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି। ମିଳଥିବା ସୂଚନା ଅନୁସାରେ, ଭୁବନେଶ୍ୱରରୁ ଉମରକୋଟ-ରାଇଘର ଅଭିମୂଖେ ଆସୁଥିବା ଶ୍ରୀ ରଘୁନାଥ ନାମକ ଏକ ଘରୋଇ ବସ୍‌ (ନଂ.ଓଡି୦୨ଏସ୍‌-୨୯୪୮) ଶୁକ୍ରବାର ଭୋର ପ୍ରାୟ ସାଢେ ୪ଟାରେ ସିଉନି ଗାଁ ବିଦ୍ୟାଳୟ ନିକଟ ବୁଲାଣିରେ ରାସ୍ତା ତଳକୁ ଖସିଯାଇଥିଲା। ଏଥିରେ ଥିବା ଯାତ୍ରୀମାନେ ସୁରକ୍ଷିତ ଥିବାବେଳେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି । ଅନ୍ୟପକ୍ଷେ ଏହି ରାସ୍ତା ଦେଇ ଯାତ୍ରୀବାହୀ ବସଗୁଡିକ ଦ୍ରୁତଗତିରେ ଦୈନିକ ଯାତାୟାତ କରୁଥିବାବେଳେ ବିଭିନ୍ନ ସମୟରେ ଦୁର୍ଘଟଣାଘଟି ଧନ ଜୀବନ କ୍ଷୟକ୍ଷତି ହେଉଛି। ଏ ନେଇ ଆମପାଣି ଥାନା ଅଧିକାରୀ ପୁସ୍ପାଲୀ ନେଗୀଙ୍କୁ ପଚାରିବାରୁ ଦୁର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ବସ୍‌ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି ଓ ସେମାନଙ୍କୁ ଅନ୍ୟ ବସ୍‌ରେ ପଠାଇ ଦିଆଯାଇଛି ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

ଥୁଆମୂଳ ରାମପୁର: DMF ପାଣ୍ଠି ପାଇଁ ବିଡିଓଙ୍କୁ ସ୍ମାରକପତ୍ର

ଥୁଆମୂଳ ରାମପୁର,୧୭।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଜିଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରେ ଅନ୍ତର୍ଭୁକ୍ତ କରିବା ସହ ସରପଞ୍ଚମାନଙ୍କୁ କ୍ଷମତା…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

୪୫ତମ ବାର୍ଷିକ ଉତ୍ସବ ପାଳିଲା କେସିଙ୍ଗା ମହାବିଦ୍ୟାଳୟ, ଛାତ୍ରୀଛାତ୍ରମାନଙ୍କୁ କର୍ମଯୋଗୀ ହେବାକୁ…

କେସିଙ୍ଗା, ୧୫।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟକ୍ଷ ସୁଶାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri