ବସ ଚଳାଚଳ ଦାବିରେ ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ,୨୦।୮: ଗଞ୍ଜାମ ଜିଲା ଜଗଦଳପୁର, ନିମଖଣ୍ଡି ଲୋଚାପଡା ଅଞ୍ଚଳକୁ ଟାଉନ୍‌ ବସ୍‌ ଚଳାଚଳ ନେଇ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ ଗ୍ରାମବାସୀ ବ୍ରହ୍ମପୁର ଉପଜିଲାପାଳ ସିନ୍ଦେ ଦତାତ୍ରୟ ଭାଉସାହେବଙ୍କୁ ସାକ୍ଷାତକରି ମଙ୍ଗଳବାର ଦାବିପତ୍ର ପ୍ରଦାନ କରିଛନ୍ତି । ବ୍ରହ୍ମପୁର ସହରଠାରୁ ଏହି ଅଞ୍ଚଳ ପ୍ରାୟ ୪ କି.ମି. ଦୂରରେ ରହିଥିବା ବେଳେ ଗମନାଗମନ ପାଇଁ ଟାଉନ୍‌ ବସ୍‌ ଚଳାଚଳ କରୁ ନ ଥିବାରୁ ଗ୍ରାମବାସୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ବ୍ରହ୍ମପୁରଠାରୁ ହିଞ୍ଜିଲିକାଟୁ ଭାୟା ଲୋଚାପଡା, ନିମଖଣ୍ଡି, ଜଗଦଳପୁର ହୋଇ ବସ୍‌ ଚଳାଚଳ କରିବାକୁ ସେମାନେ ଦାବି କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ସଞ୍ଜୀବ ପଟ୍ଟନାୟକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।