Categories: ଜାତୀୟ

ବସ୍‌ ଷ୍ଟପ୍‌ରୁ ମିଳିଥିବା ୪୦ ହଜାର ଫେରାଇଲେ ଶ୍ରମିକ: ପୁରସ୍କାର ଭାବେ ବସ୍‌ ଭଡ଼ା ପାଇଁ ନେଲେ କେବଳ ୭ ଟଙ୍କା

ମୁମ୍ବାଇ,୪।୧୧: କୁହାଯାଏ ଅଭାବରୁ ସ୍ବଭାବ ନଷ୍ଟ। ତେବେ ଏହା ମହାରାଷ୍ଟ୍ରର ଜଣେ ଶ୍ରମିକଙ୍କ ପାଖରେ ମିଥ୍ୟାରେ ପରିଣତ ହୋଇଛି। ସ୍ଥାନୀୟ ସାତାରାରେ ବାସ କରୁଥିବା ୫୪ ବର୍ଷ ବୟସ୍କ ଶ୍ରମିକ ଧନଜୀ ଜଗଦାଲେଙ୍କୁ ବସ୍‌ ଷ୍ଟପ୍‌ରୁ ୪୦ ହଜାର ଟଙ୍କା ମିଳିଥିଲା। ସେ ନିଜେ ଅନୁସନ୍ଧାନ କରି ଏହାକୁ ନେଇ ଏହାର ଉପଯୁକ୍ତ ମାଲିକଙ୍କୁ ଦେଇଥିଲେ। ମାଲିକ ଖୁସି ହୋଇ ଧନଜୀଙ୍କୁ ଏକ ହଜାର ଟଙ୍କା ପୁରସ୍କାର ଦେଇଥିଲେ। ତେବେ ଧନଜୀ ତାଙ୍କଠାରୁ ବସ୍‌ ଭଡ଼ା ପାଇଁ କେବଳ ୭ ଟଙ୍କା ନେଇଥିଲେ। ଧନଜୀଙ୍କ ପାଖରେ ତାଙ୍କ ଗାଁକୁ ଫେରିବା ଲାଗି ୩ ଟଙ୍କା ଥିଲା। କିନ୍ତୁ ଗାଁକୁ ବସ୍‌ଭଡ଼ା ୧୦ ଟଙ୍କା ଥିବାରୁ ଧନଜୀ ଏପରି କରିଥିଲେ। ଧନଜୀଙ୍କ ନିଷ୍ଠାପର ଭାବ ସମ୍ପର୍କରେ ବିଭିନ୍ନ ଖବର କାଗଜରେ ଲେଖା ପ୍ରକାଶ ପାଇଥିଲା। ସ୍ଥାନୀୟ ପୋଲିସ ତାଙ୍କୁ ସମ୍ମାନୀତ କରିଥିଲେ। ଏହି ଖବର ଶୁଣି ଆମେରିକାରେ ରହୁଥିବା ମହାରାଷ୍ଟ୍ରର ରାହୁଲ ବର୍ଗ ତାଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ଦେବାକୁ କହିଥିଲେ। ମାତ୍ର ଧନଜୀ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ପରର ଟଙ୍କାରେ ସନ୍ତୁଷ୍ଟି ମିଳି ନ ଥାଏ ବୋଲି ଧନଜୀ କହିଥିଲେ।

Share