ବସ୍‌ ଚକାତଳେ ବୃଦ୍ଧଙ୍କ ଜୀବନ ଗଲା, ଡ୍ରାଇଭର ଅଟକ

ବୁଗୁଡ଼ା,୪।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅନ୍ତର୍ଗତ ବରଡ଼ିପଲ୍ଲୀ ମୁଖ୍ୟସଡ଼କରେ ସୋମବାର ଭୋର୍‌ ସମୟରେ ଏକ ଘରୋଇ ବସ୍‌ ଚକା ଚଳେ ଜଣେ ବୃଦ୍ଧଙ୍କ ଜୀବନ ଯାଇଛି। ମୃତକ ହେଲେ ବରଡ଼ିପଲ୍ଲୀ ଗ୍ରାମର ନାର୍ସୁ ପ୍ରଧାନ (୭୫)।
ସୂଚନାଯୋଗ୍ୟ, ତାଳଚେରରୁ ବ୍ରହ୍ମପୁର ଆସୁଥିବା ଏକ ଯାତ୍ରୀବାହୀ ବସ୍‌ ବୁଗୁଡ଼ା ନିକଟସ୍ଥ ବରଡ଼ିପଲ୍ଲୀ ମୁଖ୍ୟ ସଡ଼କରେ ସଂପୃକ୍ତ ବୃଦ୍ଧଙ୍କ ଉପରେ ମାଡ଼ି ଯାଇଥିଲା। ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଦୁର୍ଘଟଣା ଘଟାଇ ଦ୍ରୁତଗତିରେ ଚାଲିଯାଉଥିବା ବସ୍‌ଟିକୁ ସ୍ଥାନୀୟ ପୋଲିସ ବାଲିପଦର ନିକଟରେ ଅଟକାଇ ଡ୍ରାଇଭରଙ୍କୁ ଫାଣ୍ଡିରେ ଅଟକ ରଖିଥିବାବେଳେ କେସ୍‌ ନଂ.୨୪୮/୧୯ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।