Posted inଖେଳ

ବସ୍‌ କଣ୍ଡକ୍ଟରଙ୍କ ପୁଅ ୧୯ ବର୍ଷରୁ କମ୍‌ ଏସିଆ କପ୍‌ ହିରୋ – ଅଙ୍କୋଲେକର

ନୂଆଦିଲ୍ଲୀ,୧୫।୯(ପିଟି): ୧୯ ବର୍ଷରୁ କମ୍‌ ଏସିଆ କପ୍‌ ଫାଇନାଲ ଦେଖିବା ଲାଗି ମୁମ୍ବାଇରେ ବସ୍‌ କଣ୍ଡକ୍ଟର ଭାବେ କାର୍ଯ୍ୟ କରୁଥିବା ବୈଦେହୀ ଅଙ୍କୋଲେକର ଶନିବାର ଛୁଟି ନେଇଥିଲେ। କିନ୍ତୁ ତାଙ୍କ ଘରେ ଥିବା କେବୁଲରେ ଖେଳ ଚ୍ୟାନେଲ ନ ଥିଲା, ଯାହା ତାଙ୍କୁ ପୁଅ ଅଥର୍ବଙ୍କ ପ୍ରଦର୍ଶନ ଦେଖିବାକୁ ରୋକିପାରି ନ ଥିଲା। ନିକଟରେ ରହୁଥିବା ଦିଅର ଘରେ ଖେଳ ଦେଖି ପୁଅର ଭଲ ପ୍ରଦର୍ଶନ ପାଇଁ ପ୍ରାର୍ଥନା କରିଥିଲେ। ଅବଶ୍ୟ ତାଙ୍କ ପ୍ରାର୍ଥନା ବେକାର ଯାଇ ନ ଥିଲା। ଅଥର୍ବ ବିନୋଦ ଅଙ୍କୋଲେକରଙ୍କ ୫ ଉଇକେଟ ସହାୟତାରେ ବାଂଲାଦେଶକୁ ହରାଇ ୧୯ ବର୍ଷରୁ କମ୍‌ ଭାରତୀୟ ଦଳ ଏସିଆ କପ୍‌ ଜିତିଥିଲା। ୧୦୭ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ବାଂଲାଦେଶ ୧୦୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ୧୮ ବର୍ଷୀୟ ବାମହାତୀ ସ୍ପିନର ଅଙ୍କୋଲେକର ୮ ଓଭର ବୋଲିଂ କରି ୨୮ ରନ୍‌ ବ୍ୟୟରେ ୫ ଉଇକେଟ ନେଇ ଚାମ୍ପିୟନ ଭାରତୀୟ ଦଳ ପାଇଁ ହିରୋ ସାଜିଥିଲେ। ଫଳରେ ତାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ମଧ୍ୟ ମିଳିଥିଲା ଏବଂ ସେ ଟୁର୍ନାମେଣ୍ଟରେ ସର୍ବାଧିକ ୧୨ଟି ଉଇକେଟ ନେଇଥିଲେ। ମୁମ୍ବାଇ ଫେରିବା ପରେ ଭାବବିହ୍ବଳ ମା’ ବୈଦେହୀ କହିଥିଲେ ଯେ, ତାଙ୍କ ବାପା ଏହା ଦେଖିବାକୁ ଥାନ୍ତେ କି। ଏହାଦ୍ୱାରା ସେ ତାଙ୍କ ବାପା ଓ ସଭିଙ୍କୁ ଗର୍ବିତ କରିଛନ୍ତି। ପୁଅକୁ କ୍ରିକେଟର କରାଇବାର ସ୍ବପ୍ନ ଦେଖିଥିବା ବାପା ୨୦୧୦ରେ ମ୍ୟାଲେରିଆରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ। ସେତେବେଳେ ଅଥର୍ବଙ୍କୁ ୧୦ ବର୍ଷ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ବସ୍‌ କଣ୍ଡକ୍ଟର ଚାକିରି ତାଙ୍କ ମା ବୈଦେହୀଙ୍କୁ ମିଳିଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ମଧ୍ୟ ପୁଅ ଅଥର୍ବଙ୍କୁ କ୍ରିକେଟର ହେବାକୁ ପ୍ରୋତ୍ସାହିତ କରିଥିଲେ ମା’। ମଧ୍ୟବିତ୍ତ ପରିବାରରୁ ଆସିଥିବା ଅଙ୍କୋଲେକର ଏବେ ମୁମ୍ବାଇର ସିଟି କଲେଜରେ ବାଣିଜ୍ୟ ବିଭାଗରେ ସ୍ନାତକ ପଢ଼ୁଛନ୍ତି। ଆସନ୍ତା ୨୬ ତାରିଖରେ ୧୯ ବର୍ଷରେ ପାଦ ଦେବାକୁ ଥିବା ଅଥର୍ବ ମୁମ୍ବାଇର ବାନ୍ଦ୍ରାସ୍ଥିତ ଏମ୍‌ଆଇଜି କ୍ରିକେଟ କ୍ଲବ ଓ ଷ୍ଟାର କ୍ରିକେଟ କ୍ଲବ ପାଇଁ ଖେଳନ୍ତି। ତାଙ୍କୁ ଏକଦା କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ଏକ ଯୋଡ଼ି ଗ୍ଲୋଭ୍ସ ଦେଇଥିଲେ। ଏହା ମୋ କ୍ୟାରିୟରର ସ୍ମରଣୀୟ ମୁହୂର୍ତ୍ତ ବୋଲି ସେ କୁହନ୍ତି। ତାଙ୍କର ଆଉ ଜଣେ ଭାଇ ରହିଛନ୍ତି ପାର୍ଥ (୧୩)। ସେ ମଧ୍ୟ ଜଣେ ବାମହାତୀ ସ୍ପିନର। ୧୪ ବର୍ଷରୁ କମ୍‌ ମୁମ୍ବାଇ ସେଟ୍‌ ଅପ୍‌ ଖେଳୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଅଥର୍ବ ତାଙ୍କ ଛୋଟଭାଇଙ୍କ ପାଇଁ ଏକ ଗିଫ୍ଟ ରଖିଛନ୍ତି। ଭାଇ ଲାଗି ହଳେ ଜୋତା ମଧ୍ୟ କିଣିଛି। ମୁଁ ତାକୁ ସବୁକିଛି ଦେବାକୁ ଚାହେଁ, ଯାହା ମୁଁ ଏବେସୁଦ୍ଧା ପାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri