ବସ୍‌ ଓଲଟି ୩ ମୃତ ଘଟଣା: କ୍ଷତିପୂରଣ ଲାଗି ମୃତକଙ୍କ ପରିବାର ପକ୍ଷରୁ ରାସ୍ତାରୋକୋ

ନବରଙ୍ଗପୁର,୧୬ା୨(ବି.ପ୍ର.): ନବରଙ୍ଗପୁର-ପାପଡ଼ାହାଣ୍ଡି ୨୬ ନମ୍ବର ଜାତୀୟ ରାଜପଥ ତଥା ଡିୟରପାର୍କଠାରୁ କିଛି ଦୂରରେ ଏକ ଘରୋଇ ବସ୍‌ ଶନିବାର ଓଲଟି ପଡିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ରବିବାର ନବରଙ୍ଗପୁର ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ରେଡକ୍ରସ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ ୧୦ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା। ମାତ୍ର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଆଶିଷ ମିଶ୍ରଙ୍କ ପରିବାର ପକ୍ଷରୁ ଅଧିକ କ୍ଷତିପୂରଣ ଲାଗି ରାସ୍ତାରୋକୋ କରାଯାଇଥିଲା। ଦୀର୍ଘ ୨ ଘଣ୍ଟା ଧରି ୨୬ ନଂ. ଜାତୀୟ ରାଜପଥରେ ଯାନବାହନ ଚଳାଚଳ ଠପ୍‌ ହୋଇଥିଲା। ବସ୍‌ ମାଲିକ ଘଟଣାସ୍ଥଳରେ ପହଞ୍ଚି ୫୦ ହଜାର ଟଙ୍କା କ୍ଷତିପୂରଣ ଦେବା ଲାଗି ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ହଟିଛି।