Categories: ଫୁରସତ

ବସ୍‌ରେ ବଗିଚା ତିଆରି କରି ଚର୍ଚ୍ଚାରେ ଡ୍ରାଇଭର

ପ୍ରଦୂଷଣ ବୃଦ୍ଧିକୁ ନେଇ ସରକାରଙ୍କଠାରୁ ସାଧାରଣ ଜନତା ସମସ୍ତେ ଚିନ୍ତାରେ। ପ୍ରଦୂଷଣ କମ୍‌ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ଉପାୟ ଅବଲମ୍ବନ କରୁଛନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ବେଙ୍ଗାଲୁରୁର ବସ୍‌ ଡ୍ରାଇଭର ନାରାୟଣପ୍ପା। ସେ ଚଲାଉଥିବା ବସ୍‌ରେ ଏକ ଛୋଟ ବଗିଚା ତିଆରି କରିଛନ୍ତି। ଫୁଲ କୁଣ୍ଡରେ ଛୋଟ ଛୋଟ ଗଛ ଲଗାଇ ବସ୍‌ର ସମ୍ମୁଖରେ ସଜାଇଛନ୍ତି। ପ୍ରତି ସିଟ୍‌ ପଛ ପାଖରେ ମଧ୍ୟ ଗଛ ଲଗାଇଛନ୍ତି। ୩/୪ ବର୍ଷ ହେବ ସେ ଲୋକଙ୍କୁ ସଜାଗ କରିବା ପାଇଁ ଏପରି କରିଆସୁଛନ୍ତି। ନାରାୟଣପ୍ପାଙ୍କ ଗାଡ଼ି ସହ ତାଙ୍କର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ଏହାକୁ ଖୁବ୍‌ ପସନ୍ଦ କରିବା ସହ ତାଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି।
ପୂର୍ବରୁ ଜଣେ ଅଟୋ ଡ୍ରାଇଭର ମଧ୍ୟ ଏହି କାରଣ ପାଇଁ ଚର୍ଚ୍ଚାକୁ ଆସିଥିଲେ। ବିଜୟ ପାଲ ନାମକ ଅଟୋ ଡ୍ରାଇଭର ତାଙ୍କ ଅଟୋର ଉପରି ଭାଗରେ ଗଛ ଲଗାଇଥିଲେ।

Share