ବସ୍‌କୁ ଧକ୍କାଦେଲା ବସ୍‌: ୧୦ ଗୁରୁତର

ରେମୁଣା,୨୫।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ବିସିଇଟି କଲେଜ ସମ୍ମୁଖରେ ଶୁକ୍ରବାର ଅପରାହ୍ନରେ ଦୁର୍ଘଟଣା ଘଟିଛି। ନୀଳମାଧବ ନାମକ ଏକ ବସ୍‌କୁ ସାମଲ ବସ୍‌ ପଛରୁ ଧକ୍କା ଦେଇଥିଲା। ଫଳରେ ସାମଲ ବସ୍‌ ଡ୍ରାଇଭରଙ୍କ ସମେତ ୧୦ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ବସ୍‌କୁ ଜବତ କରି ତଦନ୍ତ ଚଳାଇଛି।