ବସ୍ତି ଯୁବତୀଙ୍କ ପରିବେଶ ଚିନ୍ତା: ଆତ୍ମନିର୍ଭରଶୀଳ ସହ ପ୍ରଦୂଷଣମୁକ୍ତ କରିଛି କପଡ଼ା ବ୍ୟାଗ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ସମଗ୍ର ବିଶ୍ୱକୁ ଘାରିଛି ପ୍ଲାଷ୍ଟିକ୍‌ ପ୍ରଦୂଷଣ ଚିନ୍ତା। ଜଳବାୟୁ ପରିବର୍ତ୍ତନରେ ୯୯% ଭୂମିକା ପ୍ଲାଷ୍ଟିକ୍‌ର। ତେବେ ସାମୁଦ୍ରିକ ଜୀବଙ୍କୁ ଏହା ସର୍ବାଧିକ କ୍ଷତି ପହଞ୍ଚାଉଥିବାବେଳେ ମଣିଷଙ୍କ ଉପରେ ଏହାର କୁପ୍ରଭାବକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ପ୍ଲାଷ୍ଟିକ୍‌ ପ୍ରଦୂଷଣ ସମଗ୍ର ବିଶ୍ୱ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ସାଜିଥିବାବେଳେ ଏହାର ବ୍ୟବହାର କମାଇବାକୁ ବିଭିନ୍ନ ଦେଶ ବିଭିନ୍ନ ପନ୍ଥା ଆପଣାଉଛନ୍ତି। ନିକଟରେ ଓଡ଼ିଶା ସରକାର ପ୍ଲାଷ୍ଟିକ୍‌ର ବ୍ୟବହାର ଉପରେ କଟକଣା ଲଗାଇଥିଲେ ମଧ୍ୟ ଜନସାଧାରଣଙ୍କ ସଚେତନତା ବିନା ଏହାକୁ ରୋକିବା ଅସମ୍ଭବ ବୋଲି ମତପ୍ରକାଶ ପାଇଛି। ଏ ଦିଗରେ ରାଜଧାନୀର ଏକ ବସ୍ତିର କିଛି ଯୁବତୀ ଏକାଠି ହୋଇ ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛନ୍ତି। ପରିବେଶ ଉପଯୋଗୀ ଓ ଦୀର୍ଘସ୍ଥାୟୀ କପଡ଼ା ବ୍ୟାଗ୍‌ ପ୍ରସ୍ତୁତ କରି ରୋଜଗାରକ୍ଷମ ହେବାସହ ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବାକୁ ଲୋକଙ୍କୁ ପ୍ରେରଣା ଦେଉଛନ୍ତି ଏମାନେ।
ଶିଖରଚଣ୍ଡୀ ବସ୍ତିର ଗରିବ ପରିବାରରୁ ଆସିଥିବା ଏହି ଝିଅମାନଙ୍କ ମଧ୍ୟରୁ କିଏ ଅଧାରୁ ପାଠ ଛାଡ଼ିଛି ତ କାହା ମୁଣ୍ଡ ଉପରେ ପରିବାର ଚଳାଇବାର ବୋଝ ରହିଛି। ତେବେ ଅନ୍ୟମାନଙ୍କ ଭଳି କାହା ଘରେ କାମ କରିବା କିମ୍ବା ଦିନ ମଜୁରିଆ ହେବା ଅପେକ୍ଷା ଏମାନେ ରୋଜଗାର ପାଇଁ ଏକ ଅଭିନବ ପନ୍ଥା ଖୋଜି ପାଇଛନ୍ତି। ସାମାଜିକ ସଂଗଠନ ‘ଚେଷ୍ଟା’ ଦ୍ୱାରା ସ୍ବତନ୍ତ୍ର ଭାବେ ଟେଲରିଂ ପ୍ରଶିକ୍ଷଣ ନେଇ ପ୍ରଥମେ ଏମାନେ ପୁରୁଣା କପଡ଼ାରୁ ବ୍ୟାଗ୍‌ ପ୍ରସ୍ତୁତ କରୁଥିବାବେଳେ ଏବେ ମାର୍କେଟ୍‌ ଡିମାଣ୍ଡ ଅନୁଯାୟୀ ବିଭିନ୍ନ ଡିଜାଇନ୍‌ର ବ୍ୟାଗ୍‌ ପ୍ରସ୍ତୁତ କରୁଛନ୍ତି। ବ୍ୟାଗ୍‌ଗୁଡ଼ିକ ଧୀରେ ଧୀରେ ଲୋକଙ୍କ ଦ୍ୱାରା ଆଦୃତ ହେବାପରେ ଏହି ଯୁବତୀମାନେ ଏବେ ଉତ୍ତମ ଗୁଣବତ୍ତା ଏବଂ ସବୁ କ୍ଷେତ୍ରରେ ବ୍ୟବହାର ଉପଯୋଗୀ ବ୍ୟାଗ୍‌ ପ୍ରସ୍ତୁତ କରୁଛନ୍ତି। ନିଜ ଦକ୍ଷତାର ଉପଯୋଗ କରିବା ସହ ଆବଶ୍ୟକସ୍ଥଳେ ଇଣ୍ଟରନେଟ୍‌ରୁ ଡିଜାଇନ୍‌ ଦେଖି ନୂଆ ନୂଆ ବ୍ୟାଗ୍‌ ପ୍ରସ୍ତୁତ କରୁଛନ୍ତି, ଯାହାକି ସହର ବାସିନ୍ଦାଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହେଉଛି। ‘ବ୍ୟାଗ୍‌ ଟୁ ସ୍କୋୟାର୍‌ ଓ୍ବାନ୍‌’ ନାମରେ ନାମିତ ଏହି ବ୍ୟାଗ୍‌ଗୁଡ଼ିକ କେବଳ ପରିବେଶ ଉପଯୋଗୀ ନୁହେଁ, ବରଂ ଦୀର୍ଘସ୍ଥାୟୀ ମଧ୍ୟ। ପ୍ରତିଦିନ ଜଣେ ଯୁବତୀ ପ୍ରାୟ ୮ରୁ ୧୦ ଏଭଳି ବ୍ୟାଗ୍‌ ପ୍ରସ୍ତୁତ କରୁଥିବାବେଳେ ବ୍ୟାଗ୍‌ ପିଛା ସେମାନଙ୍କୁ ୧୦ରୁ ୨୦ଟଙ୍କା ମିଳୁଛି। ଆଗକୁ ଭୁବନେଶ୍ୱରର ଘରେ ଘରେ କିଭଳି ବ୍ୟାଗ୍‌ ଟୁ ସ୍କୋୟାର୍‌ ଓ୍ବାନ୍‌ର କପଡ଼ା ବ୍ୟାଗ୍‌ ବ୍ୟବହାର ହେବ ଏବଂ ଲୋକେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ପରିବର୍ତ୍ତେ ଏଭଳି ବ୍ୟାଗ୍‌ ନେଇ ବଜାର ଯିବେ, ସେହି ଲକ୍ଷ୍ୟ ପଥରେ ଏବେ ୪୦ରୁ ଊର୍ଦ୍ଧ୍ୱ ଯୁବତୀ।

ହଜାରେ ବର୍ଷ ବନାମ ୫ ମାସ
ଆଗରୁ ଏହି ଯୁବତୀମାନଙ୍କ ମା’ ମାନେ ପୁରୁଣା ପ୍ୟାଣ୍ଟ୍‌କୁ ସିଲାଇ କରି ସେଥିରୁ ବ୍ୟାଗ୍‌ ପ୍ରସ୍ତୁତ କରି ବଜାର ନେବା-ଆଣିବାରେ ବ୍ୟବହାର କରୁଥିଲେ। ହେଲେ ଧୀରେ ଧୀରେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଓ ପଲିଥିନ୍‌ର ବହୁଳ ବ୍ୟବହାର ଯୋଗୁ ଏହି କପଡ଼ା ବ୍ୟାଗ୍‌ ଲୋପ ପାଇଯାଇଥିଲା। ତେବେ ଟେଲରିଂ ଶିଖିବା ପରେ ପୁଣିଥରେ ସେହି କପଡ଼ା ବ୍ୟାଗ୍‌ ଟ୍ରେଣ୍ଡ୍‌କୁ ଫେରାଇ ଆଣିବାକୁ ସେମାନେ ଉଦ୍ୟମ ଆରମ୍ଭ କରିଥିଲେ। ଏନେଇ ବସ୍ତିର ଜଣେ ଯୁବତୀ ଉର୍ବଶୀଙ୍କ କହିବାନୁଯାୟୀ, ପ୍ଲାଷ୍ଟିକର ହାନିକାରକ ଦିଗ ସମ୍ପର୍କରେ ଜାଣିବାପରେ ଆମେ ଏଥିପାଇଁ କିଛି କରିବାକୁ ସ୍ଥିର କରିଥିଲୁ। ଯେତେବେଳେ ଏକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ମାଟିରେ ମିଶିବାକୁ ୧ ହଜାରରୁ ବି ଅଧିକ ବର୍ଷ ନେଇଥାଏ ସେତେବେଳେ ଏକ କପଡ଼ା ବ୍ୟାଗ୍‌ ମାତ୍ର ୫ ମାସ ସମୟ ନେଇଥାଏ। ଏହାଦ୍ୱାରା କେବଳ ମଣିଷ ନୁହେଁ, ଜୀବଜନ୍ତୁ ଏବଂ ଉଦ୍ଭିଦ ଜଗତ ମଧ୍ୟ ପ୍ରଭାବିତ ହୋଇଥାଏ। ତେଣୁ ଆମେ ନିଜେ କପଡ଼ା ବ୍ୟାଗ୍‌ ବ୍ୟବହାର କରିବା ସହ ଅନ୍ୟମାନଙ୍କୁ ଶିଖାଉଛୁ। ଏହାଛଡ଼ା ଆମେ ଘରେ ପ୍ଲାଷ୍ଟିକ୍‌ ବୋତଲ, ପ୍ଲାଷ୍ଟିକ୍‌ ପ୍ଲେଟ୍‌, ଗ୍ଲାସ୍‌, କପ୍‌ ଆଦି ବ୍ୟବହାର କରିବା ଛାଡ଼ିଦେଇଛୁ ବୋଲି ଉର୍ବଶୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri