ବସ୍ତି ଯୁବତୀଙ୍କ ପରିବେଶ ଚିନ୍ତା: ଆତ୍ମନିର୍ଭରଶୀଳ ସହ ପ୍ରଦୂଷଣମୁକ୍ତ କରିଛି କପଡ଼ା ବ୍ୟାଗ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ସମଗ୍ର ବିଶ୍ୱକୁ ଘାରିଛି ପ୍ଲାଷ୍ଟିକ୍‌ ପ୍ରଦୂଷଣ ଚିନ୍ତା। ଜଳବାୟୁ ପରିବର୍ତ୍ତନରେ ୯୯% ଭୂମିକା ପ୍ଲାଷ୍ଟିକ୍‌ର। ତେବେ ସାମୁଦ୍ରିକ ଜୀବଙ୍କୁ ଏହା ସର୍ବାଧିକ କ୍ଷତି ପହଞ୍ଚାଉଥିବାବେଳେ ମଣିଷଙ୍କ ଉପରେ ଏହାର କୁପ୍ରଭାବକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ପ୍ଲାଷ୍ଟିକ୍‌ ପ୍ରଦୂଷଣ ସମଗ୍ର ବିଶ୍ୱ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ସାଜିଥିବାବେଳେ ଏହାର ବ୍ୟବହାର କମାଇବାକୁ ବିଭିନ୍ନ ଦେଶ ବିଭିନ୍ନ ପନ୍ଥା ଆପଣାଉଛନ୍ତି। ନିକଟରେ ଓଡ଼ିଶା ସରକାର ପ୍ଲାଷ୍ଟିକ୍‌ର ବ୍ୟବହାର ଉପରେ କଟକଣା ଲଗାଇଥିଲେ ମଧ୍ୟ ଜନସାଧାରଣଙ୍କ ସଚେତନତା ବିନା ଏହାକୁ ରୋକିବା ଅସମ୍ଭବ ବୋଲି ମତପ୍ରକାଶ ପାଇଛି। ଏ ଦିଗରେ ରାଜଧାନୀର ଏକ ବସ୍ତିର କିଛି ଯୁବତୀ ଏକାଠି ହୋଇ ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛନ୍ତି। ପରିବେଶ ଉପଯୋଗୀ ଓ ଦୀର୍ଘସ୍ଥାୟୀ କପଡ଼ା ବ୍ୟାଗ୍‌ ପ୍ରସ୍ତୁତ କରି ରୋଜଗାରକ୍ଷମ ହେବାସହ ପ୍ଲାଷ୍ଟିକ୍‌ ବ୍ୟବହାର ନ କରିବାକୁ ଲୋକଙ୍କୁ ପ୍ରେରଣା ଦେଉଛନ୍ତି ଏମାନେ।
ଶିଖରଚଣ୍ଡୀ ବସ୍ତିର ଗରିବ ପରିବାରରୁ ଆସିଥିବା ଏହି ଝିଅମାନଙ୍କ ମଧ୍ୟରୁ କିଏ ଅଧାରୁ ପାଠ ଛାଡ଼ିଛି ତ କାହା ମୁଣ୍ଡ ଉପରେ ପରିବାର ଚଳାଇବାର ବୋଝ ରହିଛି। ତେବେ ଅନ୍ୟମାନଙ୍କ ଭଳି କାହା ଘରେ କାମ କରିବା କିମ୍ବା ଦିନ ମଜୁରିଆ ହେବା ଅପେକ୍ଷା ଏମାନେ ରୋଜଗାର ପାଇଁ ଏକ ଅଭିନବ ପନ୍ଥା ଖୋଜି ପାଇଛନ୍ତି। ସାମାଜିକ ସଂଗଠନ ‘ଚେଷ୍ଟା’ ଦ୍ୱାରା ସ୍ବତନ୍ତ୍ର ଭାବେ ଟେଲରିଂ ପ୍ରଶିକ୍ଷଣ ନେଇ ପ୍ରଥମେ ଏମାନେ ପୁରୁଣା କପଡ଼ାରୁ ବ୍ୟାଗ୍‌ ପ୍ରସ୍ତୁତ କରୁଥିବାବେଳେ ଏବେ ମାର୍କେଟ୍‌ ଡିମାଣ୍ଡ ଅନୁଯାୟୀ ବିଭିନ୍ନ ଡିଜାଇନ୍‌ର ବ୍ୟାଗ୍‌ ପ୍ରସ୍ତୁତ କରୁଛନ୍ତି। ବ୍ୟାଗ୍‌ଗୁଡ଼ିକ ଧୀରେ ଧୀରେ ଲୋକଙ୍କ ଦ୍ୱାରା ଆଦୃତ ହେବାପରେ ଏହି ଯୁବତୀମାନେ ଏବେ ଉତ୍ତମ ଗୁଣବତ୍ତା ଏବଂ ସବୁ କ୍ଷେତ୍ରରେ ବ୍ୟବହାର ଉପଯୋଗୀ ବ୍ୟାଗ୍‌ ପ୍ରସ୍ତୁତ କରୁଛନ୍ତି। ନିଜ ଦକ୍ଷତାର ଉପଯୋଗ କରିବା ସହ ଆବଶ୍ୟକସ୍ଥଳେ ଇଣ୍ଟରନେଟ୍‌ରୁ ଡିଜାଇନ୍‌ ଦେଖି ନୂଆ ନୂଆ ବ୍ୟାଗ୍‌ ପ୍ରସ୍ତୁତ କରୁଛନ୍ତି, ଯାହାକି ସହର ବାସିନ୍ଦାଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହେଉଛି। ‘ବ୍ୟାଗ୍‌ ଟୁ ସ୍କୋୟାର୍‌ ଓ୍ବାନ୍‌’ ନାମରେ ନାମିତ ଏହି ବ୍ୟାଗ୍‌ଗୁଡ଼ିକ କେବଳ ପରିବେଶ ଉପଯୋଗୀ ନୁହେଁ, ବରଂ ଦୀର୍ଘସ୍ଥାୟୀ ମଧ୍ୟ। ପ୍ରତିଦିନ ଜଣେ ଯୁବତୀ ପ୍ରାୟ ୮ରୁ ୧୦ ଏଭଳି ବ୍ୟାଗ୍‌ ପ୍ରସ୍ତୁତ କରୁଥିବାବେଳେ ବ୍ୟାଗ୍‌ ପିଛା ସେମାନଙ୍କୁ ୧୦ରୁ ୨୦ଟଙ୍କା ମିଳୁଛି। ଆଗକୁ ଭୁବନେଶ୍ୱରର ଘରେ ଘରେ କିଭଳି ବ୍ୟାଗ୍‌ ଟୁ ସ୍କୋୟାର୍‌ ଓ୍ବାନ୍‌ର କପଡ଼ା ବ୍ୟାଗ୍‌ ବ୍ୟବହାର ହେବ ଏବଂ ଲୋକେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ପରିବର୍ତ୍ତେ ଏଭଳି ବ୍ୟାଗ୍‌ ନେଇ ବଜାର ଯିବେ, ସେହି ଲକ୍ଷ୍ୟ ପଥରେ ଏବେ ୪୦ରୁ ଊର୍ଦ୍ଧ୍ୱ ଯୁବତୀ।

ହଜାରେ ବର୍ଷ ବନାମ ୫ ମାସ
ଆଗରୁ ଏହି ଯୁବତୀମାନଙ୍କ ମା’ ମାନେ ପୁରୁଣା ପ୍ୟାଣ୍ଟ୍‌କୁ ସିଲାଇ କରି ସେଥିରୁ ବ୍ୟାଗ୍‌ ପ୍ରସ୍ତୁତ କରି ବଜାର ନେବା-ଆଣିବାରେ ବ୍ୟବହାର କରୁଥିଲେ। ହେଲେ ଧୀରେ ଧୀରେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ଓ ପଲିଥିନ୍‌ର ବହୁଳ ବ୍ୟବହାର ଯୋଗୁ ଏହି କପଡ଼ା ବ୍ୟାଗ୍‌ ଲୋପ ପାଇଯାଇଥିଲା। ତେବେ ଟେଲରିଂ ଶିଖିବା ପରେ ପୁଣିଥରେ ସେହି କପଡ଼ା ବ୍ୟାଗ୍‌ ଟ୍ରେଣ୍ଡ୍‌କୁ ଫେରାଇ ଆଣିବାକୁ ସେମାନେ ଉଦ୍ୟମ ଆରମ୍ଭ କରିଥିଲେ। ଏନେଇ ବସ୍ତିର ଜଣେ ଯୁବତୀ ଉର୍ବଶୀଙ୍କ କହିବାନୁଯାୟୀ, ପ୍ଲାଷ୍ଟିକର ହାନିକାରକ ଦିଗ ସମ୍ପର୍କରେ ଜାଣିବାପରେ ଆମେ ଏଥିପାଇଁ କିଛି କରିବାକୁ ସ୍ଥିର କରିଥିଲୁ। ଯେତେବେଳେ ଏକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ମାଟିରେ ମିଶିବାକୁ ୧ ହଜାରରୁ ବି ଅଧିକ ବର୍ଷ ନେଇଥାଏ ସେତେବେଳେ ଏକ କପଡ଼ା ବ୍ୟାଗ୍‌ ମାତ୍ର ୫ ମାସ ସମୟ ନେଇଥାଏ। ଏହାଦ୍ୱାରା କେବଳ ମଣିଷ ନୁହେଁ, ଜୀବଜନ୍ତୁ ଏବଂ ଉଦ୍ଭିଦ ଜଗତ ମଧ୍ୟ ପ୍ରଭାବିତ ହୋଇଥାଏ। ତେଣୁ ଆମେ ନିଜେ କପଡ଼ା ବ୍ୟାଗ୍‌ ବ୍ୟବହାର କରିବା ସହ ଅନ୍ୟମାନଙ୍କୁ ଶିଖାଉଛୁ। ଏହାଛଡ଼ା ଆମେ ଘରେ ପ୍ଲାଷ୍ଟିକ୍‌ ବୋତଲ, ପ୍ଲାଷ୍ଟିକ୍‌ ପ୍ଲେଟ୍‌, ଗ୍ଲାସ୍‌, କପ୍‌ ଆଦି ବ୍ୟବହାର କରିବା ଛାଡ଼ିଦେଇଛୁ ବୋଲି ଉର୍ବଶୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri