ବସ୍ତା ଅଞ୍ଚଳରେ ଲୋକଙ୍କ ନିଦ ହଜାଇ ଦେଇଥିଲା ଦୌରାତ୍ମ୍ୟ, ଧରାପଡିଲେ ୪ ଲୁଟେରା

ବସ୍ତା, ୨୭।୮(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବସ୍ତା ଅଞ୍ଚଳରେ ଲୁଟେରାଙ୍କ ଦୌରାତ୍ମ୍ୟ ଲୋକଙ୍କ ନିଦ ହଜାଇ ଦେଇଥିଲା। ଶେଷରେ ପୋଲିସ ୪ ବାଇକ୍‌ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଛି। ସେମାନଙ୍କଠାରୁ ୪ଟି ବାଇକ୍‌ ଜବତ ହୋଇଥିବା ବସ୍ତା ପୋଲିସ ଆଇଆଇସି ଧନେଶ୍ୱର ସାହୁ ସୂଚନା ଦେଇଛନ୍ତି।
ବସ୍ତା ଅଞ୍ଚଳରେ କ୍ରମାଗତ ଭାବେ ବାଇକ ଲୁଟ୍‌ ହୋଇଚାଲିଥିଲା। ବସ୍ତା ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖି ତଦନ୍ତ ଆରମ୍ଭ କରିଥିଲା। ୪ ଲୁଟେରା ହେଲେ ବସ୍ତା ଥାନା ବାସିଚକୁରାଇ ଗ୍ରାମର ଗଙ୍ଗାଧର ନନ୍ଦ, ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଆଶିଷ ମହାନ୍ତି, ସିଂଲା ଥାନା ଗମ୍ଭାଲୁଣ୍ଡି ଗ୍ରାମର ସାଗର କୁମାର ଦାସ ଏବଂ ବସ୍ତା ଥାନା ବେଗୁନିଆ ଅଞ୍ଚଳର ଚନ୍ଦନ କୁମାର ପରିଡ଼ା। ସେମାନଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି।