Categories: ଜାତୀୟ

ବଳାତ୍କାରୀଙ୍କୁ ସବୁଦିନ ପାଇଁ ଜେଲ୍‌ରେ ରଖାଯାଉ: ହେମା

ନୂଆଦିଲ୍ଲୀ,୩।୧୨: ଦେଶରେ ବଢି ଚାଲିଥିବା ବଳାତ୍କାର ମାମଲାକୁ ନେଇ ଉତ୍ତର ପ୍ରଦେଶ ମଥୁରାର ଭାରତୀୟ ଜନତା ପାର୍ଟି (ଭାଜପା)ଏମ୍‌ପି ତଥା ବଲିଉଡ୍‌ ଅଭିନେତ୍ରୀ ହେମା ମାଳିନୀ ମତ ରଖିଛନ୍ତି। ସେ କହିଛନ୍ତି ତେଲେଙ୍ଗାନାରେ ଯେଉଁଭଳି ଭାବେ ଜଣେ ଭେଟେରିନାରି ମହିଳା ଡାକ୍ତରାଣଙ୍କୁ ବଳାତ୍କାର ପରେ ହତ୍ୟା କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ। ପ୍ରତିଦିନ ଦେଶରେ ଏମିତି କିଛି ନା କିଛି ଘଟଣା ଶୁଣିବାକୁ ମିଳୁଛି। ତେଣୁ ଏଭଳି ଘଟଣାରେ ଦୋଷୀଙ୍କୁ ସବୁଦିନ ପାଇଁ ଜେଲ୍‌ରେ ରଖିଦେବା ଠିକ୍‌ ହେବ ବୋଲି ହେମା କହିଛନ୍ତି। ସୂଚନାଯୋଗ୍ୟ, ଦେଶରେ ବଢି ଚାଲିଥିବା ବଳାତ୍କାର ମାମଲାକୁ ନେଇ ସୋମବାର ବଲିଉଡ୍‌ ଅଭନେତ୍ରୀ ତଥା ଏମ୍‌ପି ଜୟା ବଚ୍ଚନ କହିଥିଲେ ଏଭଳି ଦୋଷୀଙ୍କୁ ଜନତାଙ୍କ ନିକଟରେ ଛାଡିଦେବା ଦରକାର। କାରଣ ଏଭଳି ମାମଲାର ଶୁଣାଣି ପାଇଁ ସମୟ ଲାଗୁଥିବାରୁ ଲୋକେ ଏହାର ସମାଧାନ କଲେ ଠିକ୍‌ ହେବ।

Share