ବଳରାମପ୍ରସାଦ ପୂର୍ବପାଟଣା ଗ୍ରାମରେ ଅଗ୍ନିକାଣ୍ଡ: ଜଳିଗଲା ଝିଅ ବାହାଘର ପାଇଁ ଥିବା ସୁନାଗହଣା

ବଅଁରପାଳ,୨୫।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ପୂର୍ବପାଟଣା ଗ୍ରାମରେ ଶନିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ଜାନକୀ ବେହେରା, ଚିନ୍ତାମଣି ବେହେରା, ବାବାଜୀ ବେହେରା ଓ ମକର ବେହେରାଙ୍କର ୪ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି। ଘରେ ଥିବା ସମସ୍ତ ଆସବାବପାତ୍ର ପୋଡ଼ିଯାଇଥିବା ବେଳେ ଜାନକୀ ତାଙ୍କ ଝିଅ ବାହାଘର ଲାଗି ରଖିଥିବା ସମସ୍ତ ସୁନାଗହଣା, ବିବାହ ସାମଗ୍ରୀ ଭସ୍ମୀଭୂତ ହୋଇଥିବା ଜଣାପଡ଼ିଛି। ଖବରପାଇ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଛନ୍ତି। ମାତ୍ର ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଜଣାପଡ଼ି ନାହିଁ।