ବଳଦଯାତ୍ରା ପାଇଁ ଚଳଚଞ୍ଚଳ ଭୁବନ

ଭୁବନ, ୭।୧୦(ଡି.ଏନ.ଏ.)-ମଙ୍ଗଳବାର ଐତିହାସିକ ବଳଦଯାତ୍ରା। ଏହାକୁ ଆଉ କେଇଘଣ୍ଟା ବାକି। ବାଣିଜ୍ୟ ପରମ୍ପରାକୁ ନେଇ ସମୃଦ୍ଧ ଏହି ଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି ଭୁବନ ସହର। ଉଜ୍ଜ୍ୱଳ ଆଲୋକମାଳା, ସୁଉଚ୍ଚ ତୋରଣରେ ନୂଆବୋହୂ ପରି ଅଞ୍ଚଳ ସଜେଇ ହେଉଥିବାବେଳେ ଘରେ ଘରେ ଆରମ୍ଭ ହେଲାଣି ବନ୍ଧୁବାନ୍ଧବଙ୍କ ଭିଡ଼।
ଚଳିତ ବର୍ଷ ଭୁବନରେ ୧୧ଟି ମଣ୍ଡପରେ ମା’ ଦୁର୍ଗତିନାଶିନୀଙ୍କ ଆବାହନ କରାଯାଉଛି। ଏଥର ଯାତ୍ରାର ଶୋଭାବର୍ଦ୍ଧନ କରିବେ ୩୭ ବଳଦ। ସେମାନଙ୍କୁ ବାଜାବାଣ ସହ ଅଭ୍ୟସ୍ତ କରିବାକୁ ମାସେ ପୂର୍ବରୁ ଆରମ୍ଭ ହୋଇଥିବା ଅଭ୍ୟାସ ଯାତ୍ରା ଶେଷ ହୋଇଛି। ୧୯୪୬ରୁ ଆରମ୍ଭ ହୋଇଥିବା ଦୁର୍ଗାପୂଜାରେ ଚଳିତବର୍ଷ ବାଜିବନି ଡିଜେ ସାଉଣ୍ଡ। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପ୍ରଶାସନ ଏବଂ ଶାନ୍ତି କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସେହିପରି ବିଭିନ୍ନ ପୂଜା ପ୍ରତିଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିଲାଗି ରାଜ୍ୟ ତଥା ରାଜ୍ୟ ବାହାରର ସୁପ୍ରଷ୍ଠିତ କଳାକାରମାନେ ନିମନ୍ତ୍ରିତ ହୋଇଛନ୍ତି।
ମଙ୍ଗଳବାର ଦଶହରା ଉପଲକ୍ଷେ ଅନୁକୂଳ ଯାତ୍ରା ଅନୁଷ୍ଠିତ ହେବ। ଥୋରିଆ ସମ୍ପ୍ରଦାୟର ପକ୍ଷରୁ ଯାତ୍ରା ଶୁଭାରମ୍ଭ କରାଯିବ। ଏହି ଅବସରରେ ଏକ ଶୋଭାଯାତ୍ରା ଜଗନ୍ନାଥ ମନ୍ଦିରରେ ପହଞ୍ଚତ୍ବ। ଏଥିରେ ସମସ୍ତ ବଳଦ ସାମିଲ ହେବେ। ବଡ଼ହାଟରେ ସମସ୍ତଙ୍କୁ ପୂଜାର୍ଚ୍ଚନା କରାଯିବ। ପରମ୍ପରା ଅନୁଯାୟୀ ଥୋରିଆ, ବଣିଆ ସମ୍ପ୍ରଦାୟ ପକ୍ଷରୁ ଲୁଣ ମାପ କରାଯିବା ପରେ ଯାତ୍ରା ସମ୍ପନ୍ନ ହେବ। ସେହିପରି ବୁଧବାର ଭସାଣି ଯାତ୍ରା ଅବସରରେ ସନ୍ଧ୍ୟା ୭ଟାରେ ପାଲାମଣ୍ଡପ ନିକଟରେ ରାବଣ ପୋଡ଼ି ମହୋତ୍ସବ ଅନୁଷ୍ଠିତ ହେବ। ବଳଦ କମିଟି କର୍ମକର୍ତ୍ତାମାନେ ନିଜ ନିଜ ସୁବିଧା ଅନୁଯାୟୀ, ଗୁଜୁରିହାଟ, ଗୋପାଳମଣ୍ଡପ, ଦୁର୍ଗାଛକ ଶୋଭାଯାତ୍ରାରେ ସାମିଲ ହେବେ। ପ୍ରଥମେ ବନଦୁର୍ଗା ମେଢ଼ ବାହାରିବ। ଏହାପରେ ପର୍ଯ୍ୟାୟକ୍ରମେ ଅନ୍ୟ ମେଢ଼ ଏବଂ ଶେଷରେ ଦେଶମେଢ଼ ଶୋଭାଯାତ୍ରାରେ ରହିବ। ନୂଆବଜାରରେ ମେଳଣ ହେବ। ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ବଣିଜାରିଙ୍କ ପାଖରେ ବନ୍ଦାପନା କରାଯାଇ ଯାତ୍ରା ସମ୍ପନ୍ନ କରାଯିବାକୁ ଶାନ୍ତି କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। ଏସବୁ ଭିତରେ ସୁରକ୍ଷା ପାଲଟିଛି ପ୍ରମୁଖ ପ୍ରସଙ୍ଗ। ପୂଜା କମିଟି, ଯୁବକ ସଂଘର କର୍ମକର୍ତ୍ତାଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି। ଭସାଣି ଯାଏ ସମସ୍ତ ମଣ୍ଡପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri