ବଲୁଚିସ୍ତାନରେ ବୋମା ବିସ୍ଫୋରଣ: ୫ ମୃତ; ୩୮ ଆହତ

ଇସଲାମାବାଦ୍‌,୩୧।୭: ପାକିସ୍ତାନ ବଲୁଚିସ୍ତାନ ପ୍ରଦେଶରେ ବୋମା ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୩୮ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ୨ ଜଣ ସୁରକ୍ଷାକର୍ମୀ ଥିବା ପୋଲିସ କହିିଛି। କ୍ୱେଟା ପୋଲିସ ଷ୍ଟେଶନ ନିକଟରେ ଥିବା ବଚ୍ଚା ଖାଁ ଛକରେ ଏହି ବିସ୍ଫୋରଣ ଘଟିଥିବା ସ୍ଥାନୀୟ ପୋଲିସ ଉପମହାନିର୍ଦ୍ଦେଶକ ଅବଦୁଲ୍‌ ରଜାକ୍‌ ଚେମା ସୂଚନା ଦେଇଛନ୍ତି। ଏହାର ତଦନ୍ତ ଜାରି ରହିଥିବା ସେ କହିଛନ୍ତି।

Share