ବଲିଉଡ୍‌ ହାଲଚାଲ

*ଚଳିତବର୍ଷ ଅକ୍ଷୟ କୁମାରଙ୍କ ଆଉ ଏକ ଫିଲ୍ମ ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି। ତାଙ୍କ ଅଭିନୀତ ‘ହାଉସଫୁଲ-୪’ ୨୦୦ କୋଟି କ୍ଲବରେ ପ୍ରବେଶ କରିଛି। ଏଥିରେ ଅକ୍ଷୟଙ୍କ ବ୍ୟତୀତ ରିତେଶ ଦେଶମୁଖ, କ୍ରିତି ସାନନ ଏବଂ ପୂଜା ହେଗ୍‌ଡେ ଅଭିନୟ କରିଛନ୍ତି।

*ଷ୍ଟାର କିଡ୍‌ ଅନନ୍ୟା ପାଣ୍ଡେ ବର୍ତ୍ତମାନ ଦିନ ଗଣିବାରେ ଲାଗିଛନ୍ତି। କାରଣ ସେ ଅଭିନୟ କରିଥିବା ‘ପତି ପତ୍ନୀ ଔର ଓ୍ବ’ ଆସନ୍ତା ମାସ ୬ରେ ରିଲିଜ ହେବାକୁ ଯାଉଛି।

*ଜ୍ୟାକଲିନ୍‌ ଫର୍ନାଡିସ୍‌ଙ୍କ ହାତରେ ଏବେ ତିନୋଟି ବଲିଉଡ୍‌ ଅଫର ରହିଛି। ଏ ନେଇ ଶେଷ ନିଷ୍ପତ୍ତି ନେବାକୁ ତାଙ୍କୁ ଅତି କମ୍‌ରେ ଦୁଇ ସପ୍ତାହ ଲାଗିବ ବୋଲି ସେ କହିଛନ୍ତି।

*ରିଚା ଚଢ଼ା ଏବେ ଗୁରୁ ଖୋଜିବାରେ ବ୍ୟସ୍ତ ଅଛନ୍ତି। କାରଣ ଏଣିକି ସେ କମେଡି ରୋଲ୍‌କୁ ଅଧିକ ଗୁରୁତ୍ୱ ଦେବେ। ସେଥିପାଇଁ ଜଣେ ଭଲ କମେଡି ଗୁରୁ ସନ୍ଧାନରେ ସେ ଅଛନ୍ତି।

Share