ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକ

ମୁମ୍ବାଇ,୧୪।୬: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକ। ରବିବାର ସେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡି ନ ଥିବା ବେଳେ ଏଭଳି ଏକ ଖବର ବଲିଉଡ୍‌ ଜଗତରେ ଶୋକର ଛାୟା ଖେଳାଇ ଦେଇଛି। ବଲିଉଡ୍‌ର ଜଣେ ଆଗଧାଡିର କଳାକାର ଥିଲେ ସୁଶାନ୍ତ। ପ୍ରଥମେ ଟେଲିଭିଜନ ଦୁନିଆରେ ଅଭିନୟ କରି ସେ ତାଙ୍କ କଳାକାର ଜୀବନ ଆରମ୍ଭ କରିଥିଲେ। ପ୍ରଥମେ ସେ ‘କିସ୍‌ ଦେଶ ମେଁ ହୈ ମେରା ଦିଲ’ ଧାରାବାହିକରେ ଅଭିନୟ ଆରମ୍ଭ କରିଥିଲେ। ହେଲେ ଏକତା କପୁରଙ୍କ ‘ପବିତ୍ର ରିସ୍ତା’ ଧାରାବାହିକରେ ସେ ଲୋକପ୍ରିୟ ହୋଇପାରିଥିଲେ। ସେହିପରି ବଲିଉଡ୍‌ ମୁଭି ‘ ଏମ୍‌ ଏସ୍‌ ଧୋନୀ’ରେ ତାଙ୍କ ଅଭିନୟକୁ ବହୁ ପ୍ରଶଂସା ମିଳିଥିଲା। ଏହା ତାଙ୍କ କ୍ୟାରିୟରର ପ୍ରଥମ ଫିଲ୍ମ ଭାବେ ସବୁଠାରୁ ଅଧିକ ଆୟ କରିଥିଲା। ସେହିପରି ଫିଲ୍ମ ‘ସୁଦ୍ଧ ଦେଶୀ ରୋମାନ୍ସ’ରେ ମଧ୍ୟ ବାଣୀ କପୁର ଓ ପରିଣିତି ଚୋପ୍ରାଙ୍କ ସହ ତାଙ୍କ ଅଭିନୟକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ।

Share