ବଲିଉଡ୍‌ ନାୟକଙ୍କ ସହ କାମ କରିବାକୁ ଚାହୁଁଛନ୍ତି ତନିଷ୍କ

ମୁମ୍ବାଇ: ମିସ୍‌ ଇଣ୍ଡିଆ ଓ୍ବାର୍ଲଡ ଓ୍ବାଇଡ୍‌ ୨୦୧୯ର ମୁକୁଟ ପିନ୍ଧିଥିବା ତନିଷ୍କ ଶର୍ମା ଏବେ ଅଛନ୍ତି ଚର୍ଚ୍ଚାରେ। ଆଉ ଏବେ ଏହି ସୁନ୍ଦରୀ ବଲିଉଡ୍‌ରେ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନିକଟରେ ଦେଇଥିବା ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି, ସଲମାନ ଖାଁ, ଇମରାନ ହାସମି, ଅକ୍ଷୟ କୁମାର, ଟାଇଗର ଶ୍ରଫ ଆଦିଙ୍କ ସହ କାମ କରିବାକୁ ସେ ଇଚ୍ଛା ରଖିଛନ୍ତି। ଯଦିଓ ଏପର୍ଯ୍ୟନ୍ତ ବଲିଉଡରେ ଏଣ୍ଟ୍ରି କରି ନାହାଁନ୍ତି ତଥାପି ଆଶା ତାଙ୍କର ଏହିସବୁ ନାୟକମାନଙ୍କ ସହ ଅଭିନୟ କରିବା। ତାଙ୍କ ମା’ ଜଣେ କ୍ଲାସିକାଲ ଡ୍ୟାନ୍ସର ହୋଇଥିବାରୁ ଆଜି ସେ ଏମିତି ଏକ ସ୍ଥାନରେ ପହଞ୍ଚିିବା କୁହନ୍ତି। ତେବେ ପ୍ର୍ରଥମେ ପ୍ରଥମେ ପିଲାମାନେ ତାଙ୍କ ମା’ଙ୍କଠାରୁ କ୍ଲାସିକାଲ ଡ୍ୟାନ୍ସ ଶିଖୁଥିବା ବେଳେ ତନିଷ୍କ କିଛି କରିପାରିବେ ନାହିଁ ବୋଲି ଶୁଣିବାକୁ ମିଳିଥିଲା। ହେଲେ ଦିନେ କରିନା କପୁରଙ୍କ ଗୀତ ‘ଏଲି ରେ ଏଲି’ରେ ସେ ଏମିତି ନାଚିଥିଲେ ସେ ତାଙ୍କ ମା’ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଉ ଏହାପରେ ସେ ଜଣେ ଭଲ କ୍ଲାସିକାଲ ଡ୍ୟାନ୍ସର ଭାବେ ଓମାନ ଓ ଅଷ୍ଟ୍ରେଲିଆ ଯିବାର ସୁଯୋଗ ପାଇଲେ। ଏବେ ସେ ଏହାକୁ ନେଇ ବଲିଉଡ୍‌ ଏଣ୍ଟ୍ରି କରିବାର ଆଶା ରଖିଛନ୍ତି। ଯଦିଓ ଏହା ଏତେ ସହଜ ନୁହେଁ ବୋଲି ସେ କହିଛନ୍ତି ତଥାପି ସେ ବଲିଉଡ୍‌ରେ ପାଦ ରଖିବାକୁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି।

Share