ବଲିଉଡ୍‌ ଗୀତରେ ନାଚିଲେ ଟ୍ରମ୍ପ: ଭିଡିଓ ଭାଇରାଲ

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଲିଉଡ୍‌ ଗୀତରେ ଧୁମ୍‌ ନାଚିଥିବା ଦେଖିବାକୁ ମିଳିଛି। ଏବେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି। ତେବେ ଭିଡିଓଟିକୁ ହ୍ବାଇଟ୍‌ ହାଉସର ଜଣେ ଅଧିକାରୀ ସୋସିଆଲ ଭିଡିଆରେ ଶେୟାର କରିବା ପରେ ଏହା ଭାଇରାଲ ହୋଇଛି। ହ୍ବାଇଟ୍‌ ହାଉସର ସୋସିଆଲ ମିଡିଆ ନିର୍ଦ୍ଦେଶକ ଦାନ ସ୍କାଭିନୋ ଏହାକୁ ଶେୟାର କରିଛନ୍ତି। ଏହି ଭିଡିଓଟି ଶେୟାର କରିବା ସହ ଦାନ୍‌ ଲେଖିଛନ୍ତି ଏହି ଭିଡିଓକୁ ଦେଖିଲେ ସପ୍ତାହଟି ଖୁବ୍‌ ଭଲରେ କଟିବ। ଏହାସହ ଗୋଟିଏ ଭଲ ଦିନର ଆରମ୍ଭ ହେବ। ଗୀତଟି ହେଉଛି ଫିଲ୍ମ ‘ବାଜିରାଓ ମସ୍ତାନି’ର। ଏହି ଗୀତରେ ରଣବୀର ସିଂ ଡ୍ୟାନ୍ସ କରୁଥିବା ବେଳେ ଉକ୍ତ ଭିଡିଓରେ ରଣବୀରଙ୍କ ସ୍ଥାନରେ ଟ୍ରମ୍ପଙ୍କୁ ଦେଖିବାକୁ ମିଳୁଛି। ଆଉ ଭିଡିଓଟି ଶେୟାର ହେବା ପରେ ଏହାକୁ ଦେଖିବାକୁ ସୋସିଆଲ ମିଡିଆ ୟୁଜରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

Share