ବଲିଉଡ୍‌ ଗାୟକ ହିମେଶ ରେଶମିୟାଙ୍କ କାର ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ,୨।୭: ବଲିଉଡ୍‌ ଗାୟକ, ସଙ୍ଗୀତଜ୍ଞ ଓ ଅଭିନେତା ହିମେଶ ରେଶମିୟାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସଓ୍ବେରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ହିମେଶଙ୍କ ଡ୍ରାଇଭର ରାମ ରଞ୍ଜନ ଗୁରୁତର ଆହତ ହୋଇଛନ୍ତି। ରଞ୍ଜନଙ୍କ ଗୋଡରେ ଆଘାତ ଲାଗିଥିବା ବେଳେ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ଅପରପକ୍ଷରେ ଯେଉଁ କାର ଦୁର୍ଘଟଣାଗ୍ରସ୍ତ ହୋଇଛି ସେଥିରେ ହିମେଶ ରେଶମିୟା ନ ଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Share