ବଲିଉଡ୍‌ରେ ୯ ବର୍ଷ ପୂରଣ କଲେ ସୋନାକ୍ଷୀ

ମୁମ୍ବାଇ: ବଲିଉଡ୍‌ ଦବଙ୍ଗ କୁଇନ୍‌ ସୋନାକ୍ଷୀ ସିହ୍ନା ଅଭିନୟ ଦୁନିଆରେ ପ୍ରବେଶ କରିବାର ୯ ବର୍ଷ ପୂରଣ କରିଛନ୍ତି। ୨୦୧୦ରେ ସେ ପ୍ରଥମ କରି ‘ଦବଙ୍ଗ’ ଜରିଆରେ ବଲିଉଡ୍‌ରେ ନିଜର ଆକ୍ଟିଙ୍ଗ କ୍ୟାରିୟର ଆରମ୍ଭ କରିଥିଲେ। ଆଉ ତାଙ୍କ ଅପୋଜିଟର ନାୟକ ଥିଲେ ସଲମାନ ଖାଁ। ହେଲେ ଇତିମଧ୍ୟରେ ୯ବର୍ଷ ଅତିବାହିତ ହୋଇଯାଇଛି ଭାବିଲେ ଲାଗୁଛି ଯେମିତି ସେ ଖୁବ୍‌ କମ୍‌ ସମୟ ହେବ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଏହାକୁ ନେଇ ସୋନାକ୍ଷୀ ଏକ ଟୁଇଟ୍‌ କରିଛନ୍ତି। ସେ ଲେଖିଛନ୍ତି ପ୍ରଥମେ ବଲିଉଡ୍‌ରେ ଏଣ୍ଟ୍ରି କରିବା ଓ ଦର୍ଶକେ ତାଙ୍କୁ ଅଭିନେତ୍ରୀ ଭାବେ ଗ୍ରହଣ କରିବା ତାଙ୍କ ପାଇଁ ବଡ କଥା। ଆଉ ୯ ବର୍ଷର ଅଭିଜ୍ଞତା ଥାଇ ମଧ୍ୟ ଏବେବି ସେ କ୍ୟାମେରା ସାମ୍ନାକୁ ଗଲେ ତାଙ୍କୁ ନୂଆ ନୂଆ ଲାଗେ ବୋଲି ସେ ଟୁଇଟର୍‌ରେ ଉଲ୍ଲେଖ କରିଛନ୍ତି।

Share