ବଲିଉଡ୍‌ରେ ୧୧ ବର୍ଷ ପୂରଣ କଲେ ଜ୍ୟାକଲିନ

ମୁମ୍ବାଇ: ବଲିଉଡ୍‌ ନାୟିକା ଜ୍ୟାକଲିନ ଫର୍ଣ୍ଣାଡିଜ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ୧୧ ବର୍ଷ ପୂରଣ କରିଛନ୍ତି। ୨୦୦୯ରେ ‘ଆଲାଦିନ’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ପାଦ ରଖିଥିଲେ ଜ୍ୟାକଲିନ। ସେ କୁହନ୍ତି ଏପର୍ଯ୍ୟନ୍ତ ବଲିଉଡ୍‌ରେ ସେ ଯେତିକି ଫିଲ୍ମରେ କାମ କରିଛନ୍ତି ସବୁଥିରୁ ସେ କିଛି ନା କିଛି ଶିକ୍ଷା କରିଛନ୍ତି। ଆଉ ଆଗକୁ ସେ ଆକ୍ସନ ଆଇକନ ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ଏପର୍ଯ୍ୟନ୍ତ ସେ କିକ, ମର୍ଡର ୨, ଢିସୁମ, ଜୁହଓ୍ବା ୨ ଓ ରେସ୍‌ ୩ ଭଳି ଫିଲ୍ମରେ କାମ କରି ସାରିଛନ୍ତି। ଆଉ ତାଙ୍କ ଅଭିନୟକୁ ଦର୍ଶକେ ବେଶ୍‌ ପସନ୍ଦ ମଧ୍ୟ କରିଛନ୍ତି। ବଲିଉଡ୍‌ରେ କାମ କରିବାର ସୁଯୋଗ ମିଳିଥିବାରୁ ସେ ନିଜକୁ ଭାଗ୍ୟବାନ ବୋଳି ମନେକରନ୍ତି। ଦୀର୍ଘ ୧୧ ବର୍ଷ ଭିତରେ ବଲିଉଡ୍‌ ଇଣ୍ଡଷ୍ଟ୍ରିର ପ୍ରାୟ ବଡ ବଡ ଲୋକଙ୍କ ସହ କାମ କରିବାର ସୁଯୋଗ ପାଇଥିବା କଥା ପ୍ରକାଶ କରିଛନ୍ତି ଜ୍ୟାକଲିନ। ଏପର୍ଯନ୍ତ ଜ୍ୟାକଲିନ ଥ୍ରିଲର, ଆକ୍ସନ, ଡ୍ରାମା ଓ କମେଡି ଭଳି ଫିଲ୍ମରେ କାମ କରିସାରିଛନ୍ତି। ଆଗକୁ ମଧ୍ୟ ଫିଲ୍ମ ଜରିଆରେ ବହୁତ କିଛି ଶିଖିବାର ଲକ୍ଷ୍ୟ ରଖିଛନ୍ତି ଏହି ଅଭିନେତ୍ରୀ।

Share