ବଲିଉଡ୍‌ରେ ଡେବ୍ୟୁ ପାଇଁ ପ୍ରସ୍ତୁତ ମିଥୁନଙ୍କ ସାନପୁଅ ନମାଶି, ‘ବ୍ୟାଡ୍‌ ବୟ’ ଚଳଚ୍ଚିତ୍ରରେ ଆସିବେ ନଜର

ମୁମ୍ବାଇ: ବଲିଉଡ୍‌ ସିନେମା ଜଗତରେ ‘ଡିସ୍କୋ ଡ୍ୟାନ୍ସର’ ଭାବେ ମିଥୁନ୍‌ ଚକ୍ରବର୍ତ୍ତୀ ପରିଚିତ। ଅଭିନୟ ସାଙ୍ଗକୁ ଚମତ୍କାର ନୃତ୍ୟ ପ୍ରଦର୍ଶନ ତାଙ୍କୁ ଏଭଳି ସ୍ବତନ୍ତ୍ର ପରିଚୟ ଦେଇଛି। ଜଣେ କଳାକାର ହିସାବରେ ମିଥୁନ୍‌ ସଫଳ ହୋଇଥିବା ବେଳେ ଏବେ ତାଙ୍କ ସାନପୁଅ ନମାଶି ଚକ୍ରବର୍ତ୍ତୀ ଅଭିନୟଜଗତରେ ପାଦ ରଖିବାକୁ ଯାଉଛନ୍ତି। ନମାଶି ନବାଗତା ଆମରିନ କ୍ୟୁରେଶିଙ୍କ ସହ ‘ବ୍ୟାଡ୍‌ ବୟ’ ଚଳଚ୍ଚିତ୍ରରେ ନଜର ଆସିବେ। ଏହାର ଶୁଟିଂ ଚାଲିଛି। ଆମରିନ ପ୍ରଯୋଜକ ସାଜିଶ କ୍ୟୁରେଶିଙ୍କ ଝିଅ। ସାଜିଶ ନିଜେ ମଧ୍ୟ ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି। ଫିଲ୍ମରେ କମେଡିର ବାଦ୍‌ଶାହା ଜନି ଲିଭର ମଧ୍ୟ ନଜର ଆସିବେ। ଅଭିନୟ କ୍ଷେତ୍ରକୁ ଆସିବା ପୂର୍ବରୁ ନମାଶି ପିତାଙ୍କଠାରୁ ଅନେକ ଟିପ୍ସ ନେଇଛନ୍ତି। ଏପରିକି ନୃତ୍ୟ ମଧ୍ୟ ଶିକ୍ଷା କରିଛନ୍ତି। ତେବେ ପୂର୍ବରୁ ମିଥୁନଙ୍କ ବଡ଼ପୁଅ ମହାଅକ୍ଷୟ ବଲିଉଡ୍‌ରେ ଡେବ୍ୟୁ କରିଥିବା ବେଳେ ଏତେଟା ସଫଳ ହୋଇ ନ ଥିଲେ।

Share