ବଲିଉଡର ‘ଲେଡି ସୁପରଷ୍ଟାର’ କଙ୍ଗନା, ବିବାଦ ସତ୍ତ୍ୱେ ବଢ଼ୁଛି ଲୋକପ୍ରିୟତା

ମୁମ୍ବାଇ: ବିବାଦ ଏବଂ କଙ୍ଗନା ପରସ୍ପରର ପରିପୂରକ ବୋଲି କହିପାରିବା। ସେ ଫିଲ୍ମ ହେଉ ଅଥବା ତାଙ୍କର ମନ୍ତବ୍ୟ ସବୁବେଳେ ବିବାଦ ଘେରକୁ ଆସିଯାଇଥାଏ। ଆଗାମୀ ଦିନରେ ରିଲିଜ ହେବାକୁ ଯାଉଥିବା ଫିଲ୍ମ ‘ଜଜମେଣ୍ଟାଲ ହୈ କ୍ୟା’ ମଧ୍ୟ ବିବାଦୀୟ ହୋଇଥିଲା। ପ୍ରଥମେ ଫିଲ୍ମର ଟାଇଟଲ ‘ମେଣ୍ଟାଲ ହେ କ୍ୟା’ ଥିବା ବେଳେ ପରେ ଏହାକୁ ବଦଳାଯାଇଛି। ତେବେ କଙ୍ଗନାଙ୍କ ଜୀବନୀକୁ ଯଦି ଅନୁଧ୍ୟାନ କରାଯାଏ, ଅନେକ ଘାତ ପ୍ରତିଘାତ ସହି ସେ ବଲିଉଡରେ ନିଜ ସ୍ବତନ୍ତ୍ର ସ୍ଥାନ ନିରୂପଣ କରିଛନ୍ତି। ଷ୍ଟାର କିଡ୍‌ ହୋଇ ନ ଥିବାରୁ ପ୍ରାରମ୍ଭିକ ସମୟରେ ନିଜକୁ ପ୍ରମାଣିତ କରିବାକୁ ଅନେକ ଚେଷ୍ଟା କରିଛନ୍ତି ସେ। ଏକଦା ନିଜର କେଶ ଏବଂ ଶରୀରକୁ ନେଇ ତାଙ୍କୁ ତିରସ୍କୃତ କରାଯାଉଥିବା ବେଳେ ଏବେ ସେ ନାରିକେନ୍ଦ୍ରିକ ସିନେମାର ପ୍ରମୁଖ ପୁରୋଧା ପାଲଟିଛନ୍ତି। କୁହାଯାଏ କଙ୍ଗନା ଯେଉଁ ଫିଲ୍ମରେ ଅଭିନୟ କରନ୍ତି ତାହା ହିଟ୍‌ ସାବ୍ୟସ୍ତ ହୁଏ। ତାଙ୍କ ନାମରେ ଫିଲ୍ମ ଚାଲେ। କାରଣ କଙ୍ଗନା ଅଭିନୀତ ଅନେକ ଫିଲ୍ମରେ କୌଣସି ଲିଡ୍‌ ହିରୋ ନଥାନ୍ତି। ଏଣୁ ତାଙ୍କୁ ଶ୍ରୀଦେବୀଙ୍କ ପରେ ବର୍ତ୍ତମାନର ଶ୍ରେଷ୍ଠ ଅଭିନେତ୍ରୀ, ଯିଏ ନିଜ ଦମ୍‌ରେ ଫିଲ୍ମ ହିଟ୍‌ କରିବାରେ ସକ୍ଷମ ତାଲିକାରେ ସ୍ଥାନ ପାଇଛନ୍ତି। ଦିନକୁ ଦିନ ତାଙ୍କର ଲୋକପ୍ରିୟତା ବଢ଼ି ବଢ଼ି ଚାଲିଛି।

Share