ବଲାଙ୍ଗୀର ମୋତିଲାଲ ଓସ୍ବାଲ-କିସ୍‌ ଜନଜାତି ଆବାସିକ ବିଦ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର ଅଫିସ, ୧୫।୨- ଭୁବନେଶ୍ୱର କିସ୍‌ ଜନଜାତି ଆବାସିକ ବିଦ୍ୟାଳୟ ବଲାଙ୍ଗୀର ଶାଖା ମୋତିଲାଲ ଓସ୍ବାଲ-କିସ୍‌ ବିଦ୍ୟାଳୟକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି ଉଦ୍‌ଘାଟନୀ ଉତ୍ସବରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗୀର ଲୋକ ସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ, ମୋତିଲାଲ ଓସ୍ବାଲ ଗ୍ରୁପର ମୋତିଲାଲ ଓସ୍ବାଲ, ବିମଲା ଓସ୍ବାଲ, ରାମଦେବ ଅଗ୍ରୱାଲ, ସୁନୀତା ଅଗ୍ରୱାଲ ଯୋଗ ଦେଇଛନ୍ତି। ଏହି ଆବାସିକ ବିଦ୍ୟାଳୟରେ ବଲାଙ୍ଗୀର ଜିଲାର ୧୫୦୦ ଜନଜାତି ଛାତ୍ରୀଛାତ୍ର ପାଠ ପଢ଼ିବେ। ଜନଜାତି ଛାତ୍ରୀଛାତ୍ରଙ୍କ ଗୁଣାତ୍ମକ ଶିକ୍ଷା, କ୍ରୀଡ଼ା ଓ ସର୍ବାଙ୍ଗୀନ ବିକାଶରେ ବଲାଙ୍ଗୀର କିସ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଇଛି ।