ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି : ୩୦ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟବନ୍ଦ ଆନ୍ଦୋଳନ

ବଲାଙ୍ଗୀର ଅଫିସ, ୨୧।୬: ବଲାଙ୍ଗୀର ଜିଲା ଓକିଲ ସଂଘ ପକ୍ଷରୁ ଚାଲିଥିବା ୪ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପରିବର୍ଦ୍ଧିତ କରାଯାଇଛି। ଏହି ଆନ୍ଦୋଳନ ଜୁନ୍‌ ୩୦ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଗୁରୁବାର ଅନୁଷ୍ଠିତ ଜିଲା ଓକିଲ ସଂଘ ପରିବର୍ଦ୍ଧିତ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ନିଷ୍ପତ୍ତି ହୋଇଛି। ଗତ ୧୭ତାରିଖଠାରୁ ଜିଲା ଓକିଲ ସଂଘ ଆହ୍ବାନକ୍ରମେ କାର୍ଯ୍ୟବନ୍ଦ ଡାକରା ଫଳରେ ସଂଘ ସଦସ୍ୟମାନେ ସିଭିଲ କୋର୍ଟ ଓ ଜିଲାପାଳ କାର୍ଯ୍ୟାଳୟ ବନ୍ଦ କରି ଏହା ସମ୍ମୁଖରେ ଧାରଣା ଜାରି ରଖିଥିଲେ।