ବଲାଙ୍ଗୀରରେ ବନ୍ଦ ପାଳନ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ବିଭିନ୍ନ ସ୍ଥାନରେ ବିକ୍ଷୋଭ

ବଲାଙ୍ଗୀର ଅଫିସ, ୨୩।୨- ଏସ୍‌ସି, ଏସ୍‌ଟି, ଓବିସିମାନଙ୍କୁ ପଦୋନ୍ନତି ଆରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଦିଆଯାଇଥିବା ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ବଲାଙ୍ଗୀରରେ ବନ୍ଦ ପାଳନ ପ୍ରଭାବ ଦେଖିବାକୁ ମିଳିଛି। ଏହାକୁ ନେଇ ସହରର ସମସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିଛି । ଭୀମ ଆର୍ମି ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ଏପିଆଇ, ଓବିସି ମଞ୍ଚ, ଦଳିତ ସମାଜ, ଭିଆଇପି ପକ୍ଷରୁ ସମର୍ଥନ କରାଯାଇଛି। ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।