ବଲାଙ୍ଗୀରରେ ପୁଣି ୨ କରୋନା ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି

ବଲାଙ୍ଗୀର ଅଫିସ, ୨୨।୫: ବଲାଙ୍ଗୀର ଜିଲାରେ ଶୁକ୍ରବାର ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତୁରେକେଲା ବ୍ଲକ ଅନ୍ତର୍ଗତ ବଡ଼ବାଙ୍କି ପଞ୍ଚାୟତର ମୁରିବାହାଲ ଗ୍ରାମର ଦୁଇ ପ୍ରବାସୀଙ୍କ ସ୍ବାବ ଟେଷ୍ଟ ପଜିଟିଭ ବାହାରିଥିବା ଜିଲାପାଳ ଅରିନ୍ଦମ ଡାକୁଆ ସୂଚନା ଦେଇଛନ୍ତି। ଏହି ଦୁଇ ପ୍ରବାସୀ ଗତ ୧୨ ତାରିଖ ମୁମ୍ବାଇରୁ ଫେରିଥିଲେ। ଉଭୟ ଗ୍ରାମ କ୍ବାରାଣ୍ଟାଇନରେ ଥିଲେ। ସ୍ବାବ ରିପୋର୍ଟ ପଜିଟିଭ ଜଣାପଡିବା ପରେ ଉଭୟଙ୍କୁ ଭୁବନେଶ୍ବର କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଏହାକୁ ମିଶାଇ ବର୍ତ୍ତମାନ ବର୍ତ୍ତମାନ ଜିଲାରେ କରୋନା ପଜିଟିଭ ସଂଖ୍ୟା ୮କୁ ବୃଦ୍ଧି ପାଇଛ। ସେମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥହୋଇଥିବା ବେଳେ ଆଉ ୬ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସୀତ ହେଉଛନ୍ତି।