ବଲାଙ୍ଗିର ଫେରୁଥିବା ଶ୍ରମିକଙ୍କ ସମସ୍ୟା ବୁଝିଲେ ତହସିଲଦାର

ଶେରଗଡ଼,୩ା୪(ଡି.ଏନ୍‌.ଏ.)- ଶେରଗଡ଼ ପଥରପୁଞ୍ଜି ଗ୍ରାମ ରାସ୍ତାରେ ରବିବାର ମଧ୍ୟାହ୍ନରେ ୩୦ଜଣ ଶ୍ରମିକ ଛୋଟ ଛୁଆଙ୍କୁ ଧରି ଚାଲିଚାଲି ଯାଉଥିବା ସ୍ଥାନୀୟ ଯୁବକମାନେ ଦେଖିଥିଲେ। ଏନେଇ ଶେରଗଡ଼ ତହସିଲଦାର ଡ଼.ଦୟାସିନ୍ଧୁ ପରିଡାଙ୍କୁ ଜଣାଇବା ପରେ ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକଙ୍କ ସହ ତହସିଲଦାର ପହଞ୍ଚତ୍ଥିଲେ। ପଚରାଉଚରା ପରେ ବଲାଙ୍ଗୀର ଜିଲା ସାରଥୀମୁଣ୍ଡାରେ ସେମାନଙ୍କ ଘର ବୋଲି କହିଥିଲେ। କନିଷିରେ ଏକ ଇଟା ଭାଟିରେ କାମ କରୁଥିବାବେଳେ ମାଲିକ ଖାଇବାକୁ ନ ଦେବାରୁ ଘରକୁ ଯାଉଥିବା କହିଥିଲେ। ତହସିଲଦାର ପରିଡା ବଲାଙ୍ଗୀର ଜିଲ୍ଲାପାଳଙ୍କ ସହ କଥା ହେବାପରେ ବସ୍‌ କରି ସେମାନଙ୍କୁ ପଠାଇଦେବାକୁ ସେ କହିଥିଲେ। ଡେଙ୍ଗାପଦର ସରପଞ୍ଚକୁ କହି ରବିବାର ରାତିରେ ସେମାନଙ୍କ ଖାଇବା ବ୍ୟବସ୍ଥା କରିଥିଲେ। ସୋମବାର ସକାଳୁ ବସ୍‌ ଯୋଗେ ଆବଶ୍ୟକ କାଗଜପତ୍ର ସହ ଗଁାକୁ ଯିବା ବ୍ୟବସ୍ଥା କରିଥିବା ତହସିଲଦାର ପରିଡା କହିଛନ୍ତି।