Categories: ଜାତୀୟ

ବର୍ଷିଲେ ଅମିତ ଶାହ: କଶ୍ମୀର ପ୍ରସଙ୍ଗରେ ରାଜନୀତି କରୁଛି କଂଗ୍ରେସ, ଭାଜପା ଦେଶଭକ୍ତି

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଯାଇଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଭାଜପା ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରବିବାର ଏକ କାର୍ଯ୍ୟକରେ କଂଗ୍ରେସ ଉପରେ ବର୍ଷିଛନ୍ତି। କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ଭାଜପା ପାଇଁ ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ଏହା ଏକ ଦେଶଭକ୍ତି। କଂଗ୍ରେସ ଏହାକୁ ନେଇ ରାଜନୀତି କରୁଛି ବୋଲି ଶାହ କହିଛନ୍ତି। ଭାରତ ମା’କୁ ଏକ ଏବଂ ଅଖଣ୍ଡ ଦେଶ ଭାବେ ଗଢି ତୋଳିବା ପାଇଁ ମୋଦି ସରକାର ଯେଉଁ ସ୍ବପ୍ନ ଦେଖିଥିଲେ, ତାହା ଏବେ ପୁରା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାହସିକତାର ନିଷ୍ପତ୍ତି ଯୋଗୁ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ହେଲା ବୋଲି ଶାହ କହିଛନ୍ତି।

Share