ବର୍ଷା ହେଲେ ସମବାୟ ସମିତି ଗୃହରୁ ପାଣି ଗଳୁଛି

ନାଉଗଁା,୨୭ା୬(ସ୍ବ.ପ୍ର.): ଚାଷୀଙ୍କ ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଖୋଲାଯାଇଛି କୃଷି ସମବାୟ ସମିତି। ଏହା ମାଧ୍ୟମରେ କୃଷିଋଣଠାରୁ ଆରମ୍ଭ କରି ଗ୍ରୁପ୍‌ ଋଣ, ରିହାତି ଦରରେ ବିହନ ଆଦି ଯୋଗାଇ ଦିଆଯିବା ସହ ମଣ୍ଡି ମାଧ୍ୟମରେ ଚାଷୀଙ୍କଠାରୁ ଧାନ, ମୁଗ ଆଦି ସରକାରୀ ଦରରେ ସଂଗ୍ରହ କରାଯାଉଛି। କେବଳ ସେତିକି ନୁହେଁ, ସମବାୟ ସମିତିକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ସମବାୟ ଆପଣଙ୍କ ଦ୍ୱାରରେ ନାମକ କାଯର୍‌ୟକ୍ରମ କରାଯାଉଛି। କିନ୍ତୁ ନାଉଗଁା ବ୍ଲକରେ ଥିବା ୬ ସମବାୟ ସମିତି ମଧ୍ୟରୁ ଅଧିକାଂଶ ସମବାୟ ସମିତି ଅବ୍ୟବସ୍ଥାରେ ପରିଚାଳିତ ହେଉଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଉନାହିଁ। ଏହି ବ୍ଲକର ତିରୁଣା କୃଷି ସେବା ସମବାୟ ସମିତି ହେଉଛି ଏହାର ଜ୍ୱଳନ୍ତ ଉଦାହରଣ। ସମିତି କୋଠାଘର ସମ୍ମୁଖ ଚୂନ ଲେପ ଦିଆଯାଇଥିବାବେଳେ ଭିତର ଅବସ୍ଥା କିନ୍ତୁ ଭିନ୍ନ। ସମିତିର ୨ଟି ଗୋଦାମ ଗୃହ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଫଳରେ ଗତବର୍ଷ ଧାନ ବିହନ ଗଚ୍ଛିତ ରଖିବା ପାଇଁ ସମିତି ସମର୍ଥ ହୋଇ ନ ଥିବା ଅଭିଯୋଗ ହେଉଛି। ସମବାୟ ସମିତି ମାଧ୍ୟମରେ କୃଷକଙ୍କୁ ବିଭିନ୍ନ ତାଲିମ, ପ୍ରୋତ୍ସାହନ, ବିହନ ବଣ୍ଟନ, ଧାନ ସଂଗ୍ରହ କରାଯାଇଥାଏ। ଏହି ସମିତି ୧୯୮୮-୮୯ ରେ ଗଠନ କରାଯାଇଥିଲା। ଏହା ଉପରେ ତିରୁଣା, ଡାବର, ଜାମୁଗଁା ପଞ୍ଚାୟତର ଶତାଧିକ ଚାଷୀ ନିର୍ଭରଶୀଳ। ଘରର କାନ୍ଥରୁ ପ୍ଳାଷ୍ଟର ଛାଡି ଇଟା ଓ ଛାତର ରଡ଼ ଦେଖାଯାଉଛି। ବର୍ଷା ହେଲେ ଛାତରୁ ପାଣି ଗଳୁଛି। ତେଣୁ ଗତବର୍ଷ ଧାନ ବିହନ ରଖିବା ସମ୍ଭବ ହୋଇ ନ ଥିଲା ଓ ଚାଷୀମାନେ ବିହନ ପାଇବାରୁ ବଞ୍ଚତ୍ତ ହୋଇଥିଲେ। ସେହିପରି ଧାନ ମଣ୍ଡି ଖୋଲିବା ସମୟରେ ଚାଷୀଙ୍କ ଧାନ ଖରା କାକରରେ ପଡିରହୁଥିବା ସମିତିର ପରିଚାଳନା କମିଟି ସଦସ୍ୟମାନେ ଅଭିଯୋଗ କରିଛନ୍ତି। ୧୯୯୪ ବନ୍ୟା ଓ ୧୯୯୯ ମହାବାତ୍ୟାରେ ଘରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଏ ସମ୍ପର୍କରେ ବିଭିନ୍ନ ସମୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା ପରିଚାଳନା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି। କମିଟି ସଦସ୍ୟଙ୍କ ଅଭିଯୋଗ ମୁତାବକ ୨୦୦୨ରେ ତତ୍କାଳୀନ ସଭାପତି ଗୃହ କ୍ଷତିଗ୍ରସ୍ତ ହୋଇଥିବା ସମ୍ପର୍କରେ କଟକ କେନ୍ଦ୍ରୀୟ କୋ-ଅପରେଟିଭ୍‌ ବ୍ୟାଙ୍କ ଓ ରାଜ୍ୟ ସମବାୟ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ। ହେଲେ କିଛି ସୁଫଳ ମିଳି ନ ଥିଲା। ବର୍ତ୍ତମାନର ସଭାପତି କମଳକାନ୍ତ ପରିଡ଼ା ସମାନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ୨୦୧୭ ଏପ୍ରିଲ ୯ ତାରିଖରେ ୪ ଜିଲାକୁ ନେଇ କଟକ ସହିଦ ଭବନରେ ହୋଇଥିବା ବୈଠକରେ ଏ ସମ୍ପର୍କରେ ଅଭିଯୋଗ ହୋଇଥିଲା। ସେହିପରି ଗତ ମାର୍ଚ୍ଚ ମାସରେ ଜିଲାସ୍ତରୀୟ ବୈଠକରେ ଅଭିଯୋଗ କରାଯାଇଥିଲା। ଘର ମରାମତି କରାଯାଉ ନ ଥିବାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ କମ୍ପ୍ୟୁଟର ଆଦି ଚୋରି ହୋଇଯିବାର ଭୟ ରହିଛି। ତେଣୁ ତୁରନ୍ତ ଉକ୍ତ ସମବାୟ ସମିତିର ଗୋଦାମ ଗୃହକୁ ନୂତନ ଭାବେ ନିର୍ମାଣ କରିବାକୁ ସ୍ଥାନୀୟ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri