ବର୍ଷା ହେଲେ ସମବାୟ ସମିତି ଗୃହରୁ ପାଣି ଗଳୁଛି

ନାଉଗଁା,୨୭ା୬(ସ୍ବ.ପ୍ର.): ଚାଷୀଙ୍କ ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଖୋଲାଯାଇଛି କୃଷି ସମବାୟ ସମିତି। ଏହା ମାଧ୍ୟମରେ କୃଷିଋଣଠାରୁ ଆରମ୍ଭ କରି ଗ୍ରୁପ୍‌ ଋଣ, ରିହାତି ଦରରେ ବିହନ ଆଦି ଯୋଗାଇ ଦିଆଯିବା ସହ ମଣ୍ଡି ମାଧ୍ୟମରେ ଚାଷୀଙ୍କଠାରୁ ଧାନ, ମୁଗ ଆଦି ସରକାରୀ ଦରରେ ସଂଗ୍ରହ କରାଯାଉଛି। କେବଳ ସେତିକି ନୁହେଁ, ସମବାୟ ସମିତିକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ସମବାୟ ଆପଣଙ୍କ ଦ୍ୱାରରେ ନାମକ କାଯର୍‌ୟକ୍ରମ କରାଯାଉଛି। କିନ୍ତୁ ନାଉଗଁା ବ୍ଲକରେ ଥିବା ୬ ସମବାୟ ସମିତି ମଧ୍ୟରୁ ଅଧିକାଂଶ ସମବାୟ ସମିତି ଅବ୍ୟବସ୍ଥାରେ ପରିଚାଳିତ ହେଉଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦିଆଯାଉନାହିଁ। ଏହି ବ୍ଲକର ତିରୁଣା କୃଷି ସେବା ସମବାୟ ସମିତି ହେଉଛି ଏହାର ଜ୍ୱଳନ୍ତ ଉଦାହରଣ। ସମିତି କୋଠାଘର ସମ୍ମୁଖ ଚୂନ ଲେପ ଦିଆଯାଇଥିବାବେଳେ ଭିତର ଅବସ୍ଥା କିନ୍ତୁ ଭିନ୍ନ। ସମିତିର ୨ଟି ଗୋଦାମ ଗୃହ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଫଳରେ ଗତବର୍ଷ ଧାନ ବିହନ ଗଚ୍ଛିତ ରଖିବା ପାଇଁ ସମିତି ସମର୍ଥ ହୋଇ ନ ଥିବା ଅଭିଯୋଗ ହେଉଛି। ସମବାୟ ସମିତି ମାଧ୍ୟମରେ କୃଷକଙ୍କୁ ବିଭିନ୍ନ ତାଲିମ, ପ୍ରୋତ୍ସାହନ, ବିହନ ବଣ୍ଟନ, ଧାନ ସଂଗ୍ରହ କରାଯାଇଥାଏ। ଏହି ସମିତି ୧୯୮୮-୮୯ ରେ ଗଠନ କରାଯାଇଥିଲା। ଏହା ଉପରେ ତିରୁଣା, ଡାବର, ଜାମୁଗଁା ପଞ୍ଚାୟତର ଶତାଧିକ ଚାଷୀ ନିର୍ଭରଶୀଳ। ଘରର କାନ୍ଥରୁ ପ୍ଳାଷ୍ଟର ଛାଡି ଇଟା ଓ ଛାତର ରଡ଼ ଦେଖାଯାଉଛି। ବର୍ଷା ହେଲେ ଛାତରୁ ପାଣି ଗଳୁଛି। ତେଣୁ ଗତବର୍ଷ ଧାନ ବିହନ ରଖିବା ସମ୍ଭବ ହୋଇ ନ ଥିଲା ଓ ଚାଷୀମାନେ ବିହନ ପାଇବାରୁ ବଞ୍ଚତ୍ତ ହୋଇଥିଲେ। ସେହିପରି ଧାନ ମଣ୍ଡି ଖୋଲିବା ସମୟରେ ଚାଷୀଙ୍କ ଧାନ ଖରା କାକରରେ ପଡିରହୁଥିବା ସମିତିର ପରିଚାଳନା କମିଟି ସଦସ୍ୟମାନେ ଅଭିଯୋଗ କରିଛନ୍ତି। ୧୯୯୪ ବନ୍ୟା ଓ ୧୯୯୯ ମହାବାତ୍ୟାରେ ଘରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ଏ ସମ୍ପର୍କରେ ବିଭିନ୍ନ ସମୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା ପରିଚାଳନା କମିଟି ପକ୍ଷରୁ ଅଭିଯୋଗ କରାଯାଇଛି। କମିଟି ସଦସ୍ୟଙ୍କ ଅଭିଯୋଗ ମୁତାବକ ୨୦୦୨ରେ ତତ୍କାଳୀନ ସଭାପତି ଗୃହ କ୍ଷତିଗ୍ରସ୍ତ ହୋଇଥିବା ସମ୍ପର୍କରେ କଟକ କେନ୍ଦ୍ରୀୟ କୋ-ଅପରେଟିଭ୍‌ ବ୍ୟାଙ୍କ ଓ ରାଜ୍ୟ ସମବାୟ ବିଭାଗକୁ ଲିଖିତ ଭାବେ ଜଣାଇଥିଲେ। ହେଲେ କିଛି ସୁଫଳ ମିଳି ନ ଥିଲା। ବର୍ତ୍ତମାନର ସଭାପତି କମଳକାନ୍ତ ପରିଡ଼ା ସମାନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ୨୦୧୭ ଏପ୍ରିଲ ୯ ତାରିଖରେ ୪ ଜିଲାକୁ ନେଇ କଟକ ସହିଦ ଭବନରେ ହୋଇଥିବା ବୈଠକରେ ଏ ସମ୍ପର୍କରେ ଅଭିଯୋଗ ହୋଇଥିଲା। ସେହିପରି ଗତ ମାର୍ଚ୍ଚ ମାସରେ ଜିଲାସ୍ତରୀୟ ବୈଠକରେ ଅଭିଯୋଗ କରାଯାଇଥିଲା। ଘର ମରାମତି କରାଯାଉ ନ ଥିବାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ କମ୍ପ୍ୟୁଟର ଆଦି ଚୋରି ହୋଇଯିବାର ଭୟ ରହିଛି। ତେଣୁ ତୁରନ୍ତ ଉକ୍ତ ସମବାୟ ସମିତିର ଗୋଦାମ ଗୃହକୁ ନୂତନ ଭାବେ ନିର୍ମାଣ କରିବାକୁ ସ୍ଥାନୀୟ ଚାଷୀମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri