ବର୍ଷା ଯୋଗୁ ମଣ୍ଡିରେ ପଡ଼ିରହିଥିବା ଧାନ ହେଲା ଗଜା: ଚିନ୍ତାରେ ଚାଷୀ

ଅତାବିରା,୧୩।୬(ଡି.ଏନ୍‌.ଏ.): ଧାନ କିଣା ବିକାକୁ ନେଇ ବରଗଡ଼ ଜିଲା ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ଅଧିନସ୍ଥ ୧୯ଟି ମାର୍କେଟ ୟାର୍ଡ ଓ ୧୦ଟି କ୍ରୟ କେନ୍ଦ୍ର ଖୋଲଯାଇଛି। ହେଲେ ଏଲୋଡମେଣ୍ଟ ଆସି ନ ଥିବାରୁ ବିକ୍ରି ହୋଇ ପାରି ନ ଥିବା ୪ଲକ୍ଷରୁ ଊର୍ଦ୍ଧ୍ୱ ଧାନ ବସ୍ତା ଏବେ ମଣ୍ଡିରେ ପଡ଼ି ରହିଛି। ତେବେ ଜିଲାରେ ଦୁଇଦିନ ଧରି ବର୍ଷା ହୋଇଥିବାରୁ ମଣ୍ଡିରେ ଥିବା ଧାନ ସବୁ ଗଜା ହୋଇଥିବା ଦେଖିବାକୁ ମିଳିଛି। ଫଳରେ ଚାଷୀମାନେ ଏବେ ହତାଶ ହୋଇପଡ଼ିଛନ୍ତି। ଯଦି ତୁରନ୍ତ ପ୍ରଶାସନ ଏହାକୁ ବିକ୍ରି କରିବାର ବ୍ୟବସ୍ଥା ନ କରନ୍ତି ତେବେ ଧାନ ସବୁ ଗଜା ହୋଇ ନଷ୍ଟ ହୋଇଯିବ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଚାଷୀମହଲରେ ଦାବି ହୋଇଛି।