ବର୍ଷା ଯୋଗୁ ଘୁଞ୍ଚିଲା ଜିଲା ମହୋତ୍ସବ

ଅନୁଗୋଳ ଅଫିସ,୭।୨: ଅନୁଗୋଳରେ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁୁ ଜିଲା ମହୋତ୍ସବ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯାଇଛି। ୭ରୁ ୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମହୋତ୍ସବ ୧୧ରୁ ୧୩ ପର୍ଯ୍ୟନ୍ତ କରାଯିବ ବୋଲି ଜିଲା ସଂସ୍କୃତି ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ସହ ଅନ୍ୟ ଅଧିକାରୀମାନେ ଅନୁଗୋଳ ଷ୍ଟାଡିୟମ ପରିଦର୍ଶନ କରିବା ପରେ ଏପରି ନିଷ୍ପତ୍ତି ନେଇଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।