Categories: ଜାତୀୟ

ବର୍ଷା ପାଇଁ କର୍ନାଟକରେ ବେଙ୍ଗୁଲୀ-ବେଙ୍ଗ ବାହାଘର

ଉଡ୍ଡୁପି,୯।୬: ବର୍ଷା ପାଇଁ କର୍ନାଟକ ଉଡ୍ଡୁପିରେ କରାଯାଇଛି ଏକ ନିଆରା ବାହାଘର। ଏଠାରେ ପରମ୍ପରା ଅନୁସାରେ ପ୍ରତିବର୍ଷ ବେଙ୍ଗୁଲୀ-ବେଙ୍ଗ ବାହାଘର ହୋଇଥାଏ। ଚଳିତ ବର୍ଷ ମଧ୍ୟ ଏଠାରେ ଏହି ପରମ୍ପରା ମହାଆଡମ୍ବରରେ ପାଳିତ ହୋଇଛି। ଉଡ୍ଡୁପି ଜିଲା ନାଗରିକ କମିଟି ପକ୍ଷରୁ ଏହି ବିବାହ ଅନୁଷ୍ଠିତ ହୋଇଛି। ଏଥି ପାଇଁ ନିମନ୍ତ୍ରଣ କାର୍ଡ ମଧ୍ୟ ବଣ୍ଟା ହୋଇଥିଲା। ବିବାହ ଉତ୍ସବରେ ରାଜନେତା, ପ୍ରଶାସନିକ ଅଧିକାରୀ ତଥା ସାମାଜିକ କର୍ମୀ ଯୋଗଦେଇଥିଲେ।

Share