ବର୍ଷା ଦିନେ ଘରେ ବନାନ୍ତୁ ଚଟ୍‌ପଟା ମକା ଚାଟ୍‌

ବର୍ଷା ଦିନ ଆସିଲାଣି, ଘରେ ଛୁଆ ହୁଅନ୍ତୁ କି ବୟସ୍କ ସମସ୍ତେ ଗରମ ଗରମ ଓ ଚଟପଟା ଜିନିଷ ଖାଇବାକୁ ପସନ୍ଦ କରନ୍ତି। ପକୋଡି ସବୁବେଳେ ଖାଉଛେ ହେଲେ ଆଜି ଆମେ ଆପଣଙ୍କୁ ଏକ ନୂଆ ଡିସ୍‌ ବିଷୟରେ କହିବାକୁ ଯାଉଛୁ। ଯାହା ଚଟ୍‌ପଟା ସହ ବହୁ ସ୍ବାଦିଷ୍ଟ ମଧ୍ୟ ରହିବ। ତେଣୁ ବର୍ଷାର ଉପଭୋଗ କରିବା ସହ ଘରେ ତିଆରି କରନ୍ତୁ ମକା ଚାଟ୍‌। ଆଉ ଏହାର ମଜା ନିଅନ୍ତୁ।
ଆବଶ୍ୟକୀୟ ସାମଗ୍ରୀ: ମିଠା ମକା, ତେଲ, କନର୍ର୍ଫ୍ଲୋର୍‌, ଲେମ୍ବୁ, ଧନିଆ ପତ୍ର, କଞ୍ଚା ଲଙ୍କା, ଲୁଣ, ଚାଟ୍‌ ମସଲା, ଲଙ୍କା ଗୁଣ୍ଡ,ଜିରା ପାଉଡ଼ର ଓ ଗୋଲମରିଚ ଗୁଣ୍ଡ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଅଳ୍ପ ପାଣିରେ ଲୁଣ ପକାଇ ମକାକୁ ସିଝାଇ ଏହାକୁ ଛାଣି ରଖନ୍ତୁ। ମକା ଥଣ୍ଡା ହୋଇଗଲା ପରେ ସେଥିରେ କନର୍ର୍ଫ୍ଲୋର୍‌, ଚାଟ୍‌ ମସଲା, ଲଙ୍କା ଗୁଣ୍ଡ, ଜିରା ପାଉଡ଼ର, ଗୋଲମରିଚ ଗୁଣ୍ଡ ଓ ସ୍ବାଦ ଅନୁସାରେ ଲୁଣ ପକାଇ ଭଲଭାବରେ ମିଶାଇ ଦିଅନ୍ତୁ। ଏହାପରେ ଏକ ପାତ୍ରରେ ତେଲ ଗରମ କରି ମସଲା ମିଶା ଯାଇଥିବା ମକାକୁ ଡିପ୍‌ ଫ୍ରାଏ କରନ୍ତୁ। ଛାଣି ସାରିଲା ପରେ ଏହାକୁ ଏକ ଟିସୁ ପେପରରେ ରଖନ୍ତୁ। ଫଳରେ ଟିସୁ ଜରିଆରେ ମକାରେ ଲାଗିଥିବା ଅତ୍ୟଧିକ ତେଲ ସବୁ ଶୋଷି ନେଇଥାଏ। ସେଥିରେ ଲେମ୍ବୁ ରସ, ଲଙ୍କା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଚାଟ୍‌ ମସଲା, କଞ୍ଚା ଲଙ୍କା, ଜିରା ପାଉଡ଼ର, ଧନିଆ ପତ୍ର ଓ ସ୍ବାଦ ଅନୁସାରେ ଲୁଣ ପକାଇ ମକା ଚାଟ୍‌ର ମଜା ନିଅନ୍ତୁ। ଯଦି ଏହି ଚାଟ୍‌କୁ ଆହୁରି ସ୍ବାଦିଷ୍ଟ କରିବା ପାଇଁ ଚାହୁଁଛନ୍ତି ତାହେଲେ ଏଥିରେ କଟା ପିଆଜ ଓ ଟମାଟୋ ମଧ୍ୟ ପକାଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri