ବର୍ଷା ଋତୁ ଆରମ୍ଭ ସତ୍ତ୍ୱେ ସରିଲାନି ପୋଲ କାମ; ୬ରୁ ଅଧିକ ଗାଁ ବିଚ୍ଛିନ୍ନ ହେବା ଆଶଙ୍କା

ଖଇରା, ୧।୭ (ଉତ୍କଳବନ୍ଧୁ ପଣ୍ଡା)-  ବାଲେଶ୍ୱର ଜିଲା ଖଇରା ଓ ଔପଦା ବ୍ଲକକୁ ସଂଯୋଗ କରୁଥିବା କଣ୍ଟାବଣିଆ-ଡଗରପଡା ରାସ୍ତାର ଦିଘିତେନ୍ତୁଳି ଗ୍ରାମ ନିକଟରେ ନିର୍ମାଣାଧୀନ ଥିବା ପୋଲ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି। ବର୍ଷାଋତୁ ଆରମ୍ଭ ହୋଇଯାଇଥିବାରୁ ପୋଲ କାମ ଶେଷ ହେବା ନେଇ ଅନିଶ୍ଚତତା ଦେଖାଦେଇଛି। ଏବେ ନିକଟସ୍ଥ ପାହାଡରୁ ରାଘବପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମ୍‌ଆଇପି) ଦେଇ ଆସୁଥିବା ବର୍ଷାପାଣି ଲୋକଙ୍କ ଚିନ୍ତା ବଢାଇଛି। ଅଧିକ ପାଣି ଆସିଲେ କିମ୍ବା ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ଦିଘିତେନ୍ତୁଳି, ମହୁଲଗଡିଆ, ମଙ୍ଗଳପଡା, ଡଗରପଡା, ବହାଦଲପୁର ଆଦି ଆଖପାଖ ଅଞ୍ଚଳରୁ ୬ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିବା ଆଶଙ୍କା ଦେଖାଦେଇଛି। ଜଳସେଚନ ବିଭାଗ ଏହି ପୋଲ ନିର୍ମାଣ କାମ ସାରିବାକୁ ତତ୍ପରତା ପ୍ରକାଶ କରୁ ନ ଥିବାରୁ ଅଞ୍ଚଳବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦାମୋଦର ରାଉତ, ମାୟାଧର ରାଉତ, ଦିନବନ୍ଧୁ ବିଶ୍ୱାଳ, ଚିତ୍ତରଞ୍ଜନ ପଣ୍ଡା, ଭାସ୍କର ପଣ୍ଡା, ଚିନ୍ତାମଣି ପଣ୍ଡା, ଅକ୍ଷୟ ବିଶ୍ୱାଳ, ବୁଦ୍ଧିରାମ ରାଉଳ, ଦୀନବନ୍ଧୁ ରାଉଳ ପ୍ରମୁଖ ଅଭିଯୋଗ କରିଛନ୍ତି ଯେ, ସାଳନ୍ଦୀ ବାମପାର୍ଶ୍ୱ ଆମ୍ବହତା କେନାଲର ସମ୍ପ୍ରସାରଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। ବର୍ଷକ ତଳେ ଦିଘିତେନ୍ତୁଳି ଗ୍ରାମ ସମ୍ମୁଖ ରାସ୍ତାରେ କେନାଲ ଅତିକ୍ରମ କରୁଥିବା ସ୍ଥାନରେ ପୋଲ ନିର୍ମାଣ ସହିତ ରାଘବପୁର କ୍ଷୁଦ୍ରସେଚ ପ୍ରକଳ୍ପର ଉଦ୍‌ବୃତ୍ତ ଜଳ ନିଷ୍କାସନ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ଲାଗି କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ନିର୍ମାଣ କାର୍ଯ୍ୟକୁ ଦୀର୍ଘଦିନ ପକାଇ ରଖି ଏବେ ବର୍ଷାଋତୁ ଆରମ୍ଭ ହେବା ଅଳ୍ପଦିନ ଆଗରୁ କାମ ଆରମ୍ଭ କରାଯାଇଥିଲା। ସେହିଭଳି ରାଘବପୁର ଏମ୍‌ଆଇପିରୁ ଜଳ ନିଷ୍କାସନ ପାଇଁ ଓସାରିଆ ନାଳ ଓ ପୋଲ ବ୍ୟବସ୍ଥା କରାଯାଇ ନ ଥିବାରୁ ଏହି ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା ଦେଖାଦେଇଛି। ତୁରନ୍ତ ପୋଲ ନିର୍ମାଣ କାର୍ଯ୍ୟ ସାରିବା ସହ ଜଳ ନିଷ୍କାସନ ବ୍ୟବସ୍ଥା କରା ନ ଗଲେ ଖଇରା ବ୍ଲକର ଦିଘିତେନ୍ତୁଳି, ଶାଳପଡା ଏବଂ ଔପଦା ବ୍ଲକର ମହୁଲଗଡିଆ, ଚଁପୁର, ଜାନିକାପାଳ, ତେନ୍ତୁଳିମାଳ ଆଦି ଗ୍ରାମ ପାଣିରେ ଭାସିବ ବୋଲି ଏସବୁ ଗ୍ରାମର ବାସିନ୍ଦା ଅଭିଯୋଗ କରିଛନ୍ତି। ଏବେ ଲୋକଙ୍କ ଯାତାୟାତ ପାଇଁ ନିର୍ମିତ ହୋଇଥିବା ଡାଇଭର୍ସନ ରାସ୍ତା ଅତ୍ୟନ୍ତ ଦୁର୍ବଳ ବୋଲି ଗ୍ରାମବାସୀ ଆପତ୍ତି ଉଠାଇଛନ୍ତି ା ଏ ସମ୍ପର୍କରେ ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ରାଜେଶ ରଥଙ୍କୁ ପଚାରିବାରୁ କହିଛନ୍ତି, ଠିକାଦାର ନିର୍ମାଣ କାର୍ଯ୍ୟ ଠିକ୍‌ ସମୟରେ ଆରମ୍ଭ କରି ନ ପାରିବାରୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ସାମାନ୍ୟ ବିଳମ୍ବ ହୋଇଛି। ତଥାପି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି। ବର୍ଷାପାଣି ଆସିବା ପୂର୍ବରୁ କାମ ଶେଷ ହୋଇଯିବ ବୋଲି ଆଶା ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri