ବର୍ଷା ଆରମ୍ଭରୁ ଧସିଲା ଗାର୍ଡ୍‌ଓ୍ବାଲ୍‌ : ନିର୍ମାଣ ନ ସରୁଣୁ ସ୍ଥିତି ବେହାଲ

ଭଦ୍ରକ ଅଫିସ, ୧୭ା୬- ନିର୍ମାଣ କାର୍ଯ୍ୟ ନ ସରୁଣୁ ସ୍ଥିତି ବେହାଲ ହୋଇପଡ଼ିଛି। ବର୍ଷା ଆରମ୍ଭରୁ ଗାର୍ଡଓ୍ବାଲ୍‌ (ସୁରକ୍ଷା ପ୍ରାଚରୀ) ଧସି ଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଡ୍ରେନେଜ ବିଭାଗ ଅଧୀନ ଧାମନଗର ବ୍ଲକ ପଳିକିରି ଅଞ୍ଚଳ ଯ’ ନଈ ନିର୍ମାଣ କାର୍ଯ୍ୟରେ। ଏହି ନଈ ଉପରେ ଡ୍ରେନେଜ ବିଭାଗ ପକ୍ଷରୁ ୬ଟି ସ୍ଥାନରେ ଯାତାୟାତ ପାଇଁ ପୋଲ, ୫୫୦ ମିଟର ଗାର୍ଡଓ୍ବାଲ ଏବଂ ୪୫୦ ମିଟର ପଥର ପ୍ୟାକିଂ କରାଯିବା ପାଇଁ ୩ କୋଟି ୨୦ ଲକ୍ଷ ବ୍ୟୟ ବରାଦ କରାଯାଇଥିଲା। ଯାଜପୁରର ଏକ ଠିକାଦାର ସଂସ୍ଥାକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ହେଲେ ନିର୍ମାଣର ମାତ୍ର କିଛି ମାସ ମଧ୍ୟରେ ଗାର୍ଡଓ୍ବାଲ୍‌ ଫାଟି ନଦୀ ମଧ୍ୟକୁ ଧସିଲାଣି। ବର୍ତ୍ତମାନ ସମୟରେ ଅଳ୍ପ ବର୍ଷାରେ ଏପରି ସ୍ଥିତି ଦେଖିବାକୁ ମିଳିଥିବା ବେଳେ ଆଗକୁ ମୌସୁମୀ ବର୍ଷା ଥିବାରୁ ଏହି ଗାର୍ଡଓ୍ବାଲ୍‌ ସମ୍ପୂର୍ଣ୍ଣ ନଦୀ ମଧ୍ୟକୁ ଧସିଯିବ ବୋଲି ସ୍ଥାନୀୟ ପୂର୍ବତନ ସରପଞ୍ଚ ସୁଦର୍ଶନ ମାଝୀ ଆଶଙ୍କା ବ୍ୟକ୍ତ କରିଛନ୍ତି। ଗ୍ରାମବାସୀ ଏହିଭଳି ନିମ୍ନମାନର କାର୍ଯ୍ୟକୁ ତୀବ୍ର ବିରୋଧ କରିଛନ୍ତି। ଗାଁର ଗଦାଧର ସାହୁ, ପୀତାମ୍ବର ମାଝୀ, ହୃଷିକେଶ ସେନାପତି, ସାମାଜିକ କର୍ମୀ ସନ୍ତୋଷ କୁମାର ମହାପାତ୍ର କୁହନ୍ତି ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା କାରଣରୁ ଏହିଭଳି ନିମ୍ନମାନର କାର୍ଯ୍ୟ ହେଉଛି ଓ ଉପଯୁକ୍ତ ତଦାରଖ ହେଉ ନ ଥିବା ଅଭିଯୋଗ କରିଛନ୍ତି। ଚାଷୀମାନଙ୍କ ଜମିକୁ ଉପଯୁକ୍ତ ଜଳସେଚନ ଓ ନଦୀ ଅବବାହିକା ଚାଷ ଜମିର ସୁରକ୍ଷା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ପାଣିରେ ପଡ଼ିବ ବୋଲି ଚାଷୀ ପଦ୍ମନାଭ ଶଙ୍ଖୁଆ, ଦିଲୀପ କୁମାର ପ୍ରଧାନ, ଦୀନବନ୍ଧୁ ଦାସ, ନିରଞ୍ଜନ ସେଠୀ ପ୍ରମୁଖ ପ୍ରତିକ୍ରିୟା ରଖିଛନ୍ତି । ଭଣ୍ଡାରିପୋଖରୀ ନୂଆନଈ ପାଳଦାବାଙ୍କରୁ ବାହାରିଥିବା ଯ’ ନଈ ଉପରେ ଭଣ୍ଡାରିପୋଖରୀ ବ୍ଲକର ଗୁହାଳିଆ, କହରାପୋଖରୀ, କୋଳିପଦି ଓ ଧାମନଗର ବ୍ଲକର ପଲିକିରି, ଭଗବାନପୁର, ପଦ୍ମପୋଖରୀ, ଭଣ୍ଡାରିପଡି, ଜୟନଗର, ଧାମନଗର ଅଞ୍ଚଳରେ ହଜାର ହଜାର ଏକର ଚାଷ ଜମିରେ ଜଳସେଚନ ଉଦ୍ଦେଶ୍ୟରେ ଡ୍ରେନେଜ ବିଭାଗ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରୁଛି। ଏହା ଉପରେ ଉପରୋକ୍ତ ଅଞ୍ଚଳର ୧୦ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଜଳସେଚନ ପାଇଁ ନିର୍ଭର କରନ୍ତି। ଏନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରଦୀପ୍ତ କୁମାର ମଲ୍ଲିକ କୁହନ୍ତି ଗାର୍ଡଓ୍ବାଲ୍‌ଟି ଧସିଯାଇଛି। ୨.୮ ଉଚ୍ଚତା ବିଶିଷ୍ଟ ଏହି ଗାର୍ଡଓ୍ବାଲ୍‌ ଭଙ୍ଗାଯାଇ ପୁନଃ ତିଆରି କରାଯିବ। ମାଟି ଧସିଯାଇଥିବା କାରଣରୁ ଗାର୍ଡଓ୍ବାଲ୍‌ ଧସି ଯାଇଥିବା ସେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri