ବର୍ଷା ଅଭାବ, ଅଟକି ଯାଇଛି ରୁଆବିହୁଡା କାମ

ବିଜେପୁର, ୨୨।୭ (ଡି.ଏନ.ଏ) ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁ ବରଗଡ ଜିଲା ବିଜେପୁର ଅଞ୍ଚଳରେ ମରୁଡି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଦେଖାଗଲାଣି । ଏଠାକାର ଚାଷୀ ବର୍ଷାଜଳ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ୧୧୦ ଖଣ୍ଡ ରାଜସ୍ବ ଗ୍ରାମରୁ ବଡବ୍ରାହ୍ମଣୀ ରାଜସ୍ବ ସର୍କଲର ମାତ୍ର ୧୦ ଖଣ୍ଡ ଗ୍ରାମର ଚାଷ ଜମିକୁ ହୀରାକୁଦ କମାଣ୍ଡ ଏରିଆର ପାଣି ମାଡିଥାଏ। ଚଳିତ ବର୍ଷ ମୌସୁମୀ ବିଳମ୍ବିତ ହୋଇଥିଲେ ସୁଦ୍ଧା ଧାନ ବୁଣାବୁଣି କରିବାକୁ ପାଗ ଅନୁକୂଳ ରହିଥିଲା । ତେଣୁ ପାଣିପାଗ ବିଭାଗର ପୂର୍ବାନୁମାନକୁ ନେଇ ଚାଷୀମାନେ ଧାନ ବୁଣାବୁଣି କରିଥିଲେ । ଏବେ ବେଉଷଣ ପାଇଁ ଜମିରେ ପାଣି ନାହିଁ । ଶ୍ରାବଣରେ ବୈଶାଖର ତାତି ଅନୁଭୂତ ହେଉଥିବାରୁ ବହୁ ସ୍ଥାନରେ ଜମି ଫାଟି ଗଲାଣି । ଧାନ ଗଛ ଗୁଡିକ ପାଣି ଅଭାବରୁ ହଳଦିଆ ଦେଖାଗଲାଣି। ଚାଷୀ ଯେଉଁ ଧାନପହ୍ଲା ପକାଇଥିଲା ତାହା ମଧ୍ୟ ମରିବାକୁ ବସିଲାଣି । ବର୍ଷା ଅଭାବରୁ ଜମି କାଦୁଅ ହୋଇ ପାରୁ ନ ଥିବାରୁ ପହ୍ଲାରୁଆ କାମ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଜୁଲାଇ ଦ୍ୱିତୀୟ ସପ୍ତାହ ସୁଦ୍ଧା ଧାନ ବେଉଷଣ କାମ ଶେଷ ହେଉଥିବା ବେଳେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ହୋଇଛି ।
ଏବର୍ଷ କୃଷି ବିଭାଗ ବିଜେପୁର ବ୍ଲକରେ ୨୭, ୪୦୦ ହେକ୍ଟର ଜମିରେ ଧାନ ଓ ଅଣଧାନ ଫସଲ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି । ସେହିପରି ମିଲେଟ ମିଶନ ମାଧ୍ୟମରେ ୨୦୦ ହେକ୍ଟରରେ ମକା, ମାଣ୍ଡିଆ, ବାଜରା ଏବଂ ୧୫୦ ଏକରରେ ଜୈବିକ ସାର ପ୍ରୟୋଗକରି ଚାଷ କରିବାକୁ ଯୋଜନା କରିଛି । ବେନିଆଚାଲର ଚାଷୀ ସତ୍ୟବାନ ଡନସନା କୁହନ୍ତି, ଚଳିତ ବର୍ଷ ୧୦ ଏକର ଜମିରେ ଧାନ ଚାଷ କରିବାକୁ ଲାଉମୁଣ୍ଡା ସେବା ସମବାୟ ସମିତିରୁ ୯୬ ହଜାର ଟଙ୍କା ଋଣ କରିଛି। ପାଗ ଅନୁକୂଳ ଥିବାରୁ ଟ୍ରାକ୍ଟର ମାଧ୍ୟମରେ ଗତ ମାସରେ ୯ ଏକର ଜମିରେ ଧାନ ବୁଣିଥିଲି । ଧାନ ଗଛ ଗୁଡିକ ବେଉଷଣ କରିବାର ହୋଇଗଲାଣି । ହେଲେ ପାଣି ଅଭାବରୁ ବେଉଷଣ କାମ ହୋଇପାରୁନାହିଁ । ବରଂ ଧାନ ଗଛ ଗୁଡିକ ଖରା ଯୋଗୁ ପାଚି ହଳଦିଆ ହେବା ସହ ପୋଡିବାକୁ ବସିଲାଣି । ଆଗାମୀ ଏକ ସପ୍ତାହ ମଧ୍ୟରେ ଭଲ ବର୍ଷାଟିଏ ନ ହେଲେ ମରୁଡି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି। ପହଣ୍ଡିର ଚାଷୀ ନିମାଇଁ ଚରଣ ସାହୁ କୁହନ୍ତି, ଜୁଲାଇ ଶେଷ ସୁଦ୍ଧା ରୁଆ ବିହୁଡା କାମ ଶେଷ ହେବା କଥା । ହେଲେ ବର୍ଷା ଅଭାବରୁ ଏହି କାମ ଅଟକି ଯାଇ ଚାଷ କାର୍ଯ୍ୟ ପଛେଇ ଗଲାଣି । ମୁଗ, ବିରି, ଚିନାବାଦାମ ଚାଷ ମଧ୍ୟ ପ୍ରଭାବିତ ହୋଇଛି। ପନିପରିବା ଫସଲର ଫୁଲକଷି ବର୍ଷା ଅଭାବରୁ ଝଡି ଯାଉଛି । ଏ ସମ୍ପର୍କରେ ବ୍ଲକ ସହକାରୀ କୃଷି ଅଧିକାରୀ ଲକ୍ଷ୍ମୀପ୍ରସାଦ ପଟେଲଙ୍କୁ ପଚାରିବାରୁ ଜୁଲାଇରେ ୨୪୦ ମିମି ବର୍ଷାର ଆବଶ୍ୟକତା ରହିଛି । ହେଲେ ବର୍ତ୍ତମାନ ସୁଦ୍ଧା ୧୯୭ ମିମି ବର୍ଷା ହୋଇଛି । ଚାଷକାର୍ଯ୍ୟ ପଛେଇ ନାହିଁ ବରଂ ବର୍ଷା ପାଣି ଅଭାବରୁ ରୁଆ ବିହୁଡା ହୋଇ ପାରୁନାହିଁ । ଆଗାମୀ ୫ରୁ ୭ ଦିନ ମଧ୍ୟରେ ଭଲ ବର୍ଷାଟିଏ ନ ହେଲେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି । ଚଳିତ ମାସ ୩୧ ସୁଦ୍ଧା ଋଣୀ, ଅଣଋଣୀ ଚାଷୀଙ୍କୁ ଶତ୍ସ୍ୟବୀମା କରିବାକୁ ସଚେତନତା ସୃଷ୍ଟି କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri