ବର୍ଷା ଅଭାବ, ଅଟକି ଯାଇଛି ରୁଆବିହୁଡା କାମ

ବିଜେପୁର, ୨୨।୭ (ଡି.ଏନ.ଏ) ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁ ବରଗଡ ଜିଲା ବିଜେପୁର ଅଞ୍ଚଳରେ ମରୁଡି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଦେଖାଗଲାଣି । ଏଠାକାର ଚାଷୀ ବର୍ଷାଜଳ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ୧୧୦ ଖଣ୍ଡ ରାଜସ୍ବ ଗ୍ରାମରୁ ବଡବ୍ରାହ୍ମଣୀ ରାଜସ୍ବ ସର୍କଲର ମାତ୍ର ୧୦ ଖଣ୍ଡ ଗ୍ରାମର ଚାଷ ଜମିକୁ ହୀରାକୁଦ କମାଣ୍ଡ ଏରିଆର ପାଣି ମାଡିଥାଏ। ଚଳିତ ବର୍ଷ ମୌସୁମୀ ବିଳମ୍ବିତ ହୋଇଥିଲେ ସୁଦ୍ଧା ଧାନ ବୁଣାବୁଣି କରିବାକୁ ପାଗ ଅନୁକୂଳ ରହିଥିଲା । ତେଣୁ ପାଣିପାଗ ବିଭାଗର ପୂର୍ବାନୁମାନକୁ ନେଇ ଚାଷୀମାନେ ଧାନ ବୁଣାବୁଣି କରିଥିଲେ । ଏବେ ବେଉଷଣ ପାଇଁ ଜମିରେ ପାଣି ନାହିଁ । ଶ୍ରାବଣରେ ବୈଶାଖର ତାତି ଅନୁଭୂତ ହେଉଥିବାରୁ ବହୁ ସ୍ଥାନରେ ଜମି ଫାଟି ଗଲାଣି । ଧାନ ଗଛ ଗୁଡିକ ପାଣି ଅଭାବରୁ ହଳଦିଆ ଦେଖାଗଲାଣି। ଚାଷୀ ଯେଉଁ ଧାନପହ୍ଲା ପକାଇଥିଲା ତାହା ମଧ୍ୟ ମରିବାକୁ ବସିଲାଣି । ବର୍ଷା ଅଭାବରୁ ଜମି କାଦୁଅ ହୋଇ ପାରୁ ନ ଥିବାରୁ ପହ୍ଲାରୁଆ କାମ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଜୁଲାଇ ଦ୍ୱିତୀୟ ସପ୍ତାହ ସୁଦ୍ଧା ଧାନ ବେଉଷଣ କାମ ଶେଷ ହେଉଥିବା ବେଳେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ହୋଇଛି ।
ଏବର୍ଷ କୃଷି ବିଭାଗ ବିଜେପୁର ବ୍ଲକରେ ୨୭, ୪୦୦ ହେକ୍ଟର ଜମିରେ ଧାନ ଓ ଅଣଧାନ ଫସଲ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି । ସେହିପରି ମିଲେଟ ମିଶନ ମାଧ୍ୟମରେ ୨୦୦ ହେକ୍ଟରରେ ମକା, ମାଣ୍ଡିଆ, ବାଜରା ଏବଂ ୧୫୦ ଏକରରେ ଜୈବିକ ସାର ପ୍ରୟୋଗକରି ଚାଷ କରିବାକୁ ଯୋଜନା କରିଛି । ବେନିଆଚାଲର ଚାଷୀ ସତ୍ୟବାନ ଡନସନା କୁହନ୍ତି, ଚଳିତ ବର୍ଷ ୧୦ ଏକର ଜମିରେ ଧାନ ଚାଷ କରିବାକୁ ଲାଉମୁଣ୍ଡା ସେବା ସମବାୟ ସମିତିରୁ ୯୬ ହଜାର ଟଙ୍କା ଋଣ କରିଛି। ପାଗ ଅନୁକୂଳ ଥିବାରୁ ଟ୍ରାକ୍ଟର ମାଧ୍ୟମରେ ଗତ ମାସରେ ୯ ଏକର ଜମିରେ ଧାନ ବୁଣିଥିଲି । ଧାନ ଗଛ ଗୁଡିକ ବେଉଷଣ କରିବାର ହୋଇଗଲାଣି । ହେଲେ ପାଣି ଅଭାବରୁ ବେଉଷଣ କାମ ହୋଇପାରୁନାହିଁ । ବରଂ ଧାନ ଗଛ ଗୁଡିକ ଖରା ଯୋଗୁ ପାଚି ହଳଦିଆ ହେବା ସହ ପୋଡିବାକୁ ବସିଲାଣି । ଆଗାମୀ ଏକ ସପ୍ତାହ ମଧ୍ୟରେ ଭଲ ବର୍ଷାଟିଏ ନ ହେଲେ ମରୁଡି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି। ପହଣ୍ଡିର ଚାଷୀ ନିମାଇଁ ଚରଣ ସାହୁ କୁହନ୍ତି, ଜୁଲାଇ ଶେଷ ସୁଦ୍ଧା ରୁଆ ବିହୁଡା କାମ ଶେଷ ହେବା କଥା । ହେଲେ ବର୍ଷା ଅଭାବରୁ ଏହି କାମ ଅଟକି ଯାଇ ଚାଷ କାର୍ଯ୍ୟ ପଛେଇ ଗଲାଣି । ମୁଗ, ବିରି, ଚିନାବାଦାମ ଚାଷ ମଧ୍ୟ ପ୍ରଭାବିତ ହୋଇଛି। ପନିପରିବା ଫସଲର ଫୁଲକଷି ବର୍ଷା ଅଭାବରୁ ଝଡି ଯାଉଛି । ଏ ସମ୍ପର୍କରେ ବ୍ଲକ ସହକାରୀ କୃଷି ଅଧିକାରୀ ଲକ୍ଷ୍ମୀପ୍ରସାଦ ପଟେଲଙ୍କୁ ପଚାରିବାରୁ ଜୁଲାଇରେ ୨୪୦ ମିମି ବର୍ଷାର ଆବଶ୍ୟକତା ରହିଛି । ହେଲେ ବର୍ତ୍ତମାନ ସୁଦ୍ଧା ୧୯୭ ମିମି ବର୍ଷା ହୋଇଛି । ଚାଷକାର୍ଯ୍ୟ ପଛେଇ ନାହିଁ ବରଂ ବର୍ଷା ପାଣି ଅଭାବରୁ ରୁଆ ବିହୁଡା ହୋଇ ପାରୁନାହିଁ । ଆଗାମୀ ୫ରୁ ୭ ଦିନ ମଧ୍ୟରେ ଭଲ ବର୍ଷାଟିଏ ନ ହେଲେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି । ଚଳିତ ମାସ ୩୧ ସୁଦ୍ଧା ଋଣୀ, ଅଣଋଣୀ ଚାଷୀଙ୍କୁ ଶତ୍ସ୍ୟବୀମା କରିବାକୁ ସଚେତନତା ସୃଷ୍ଟି କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସରକାରଙ୍କ ବଡ଼ ଘୋଷଣା, ଆଉ ଖୋଲାରେ ମିଳିବନି ଗ୍ୟାସ୍‌! ଖାତା ନ ଥିଲେ…

ଭୁବନେଶ୍ୱର,୫ା୪: ଏଣିକି ଆଉ ଖୋଲାରେ ଗ୍ୟାସ ମିଳିବନି । ବାଟରେ, ବଜାରରେ ଖୋଲାରେ ମିଳିବନି ଗ୍ୟାସ । ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ରାଜ୍ୟର କୌଣସି…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ବାଜିଲା ମୋହର: ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ, SC-ST-OBCଙ୍କୁ ମିଳିବ…

ଭୁବନେଶ୍ୱର,୫ା୪(ସୁନିତ୍‌ ମିଶ୍ର): ଓଡ଼ିଶାର ମେଡିକାଲ, ଇଞ୍ଜିନିୟରିଂ ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଠ୍ୟକ୍ରମ କ୍ଷେତ୍ରରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗମାନଙ୍କ…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ, ଚାଷ ଜମିରୁ କାମ କରି ଫେରିବା ବେଳେ ୩…

ଭବାନୀପାଟଣା,୫।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ରବିବାର ମଧ୍ୟାହ୍ନରେ ଚାଷ ଜମିରୁ…

ଏଠାରେ ପେଟ୍ରୋଲ ଦର ବିଶ୍ୱରେ ସବୁଠାରୁ ଅଧିକ; ଇରାନ ଯୁଦ୍ଧ ଯୋଗୁ ପରିସ୍ଥିତି ଆହୁରି ଖରାପ, ଜାଣନ୍ତୁ କାରଣ

ହଂକଂ,୫।୪: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀରେ ପରିବହନରେ ବାଧା ଯୋଗୁ ବିଶ୍ୱ ଶକ୍ତି ବଜାର ସମ୍ପୂର୍ଣ୍ଣ ଅସ୍ଥିର ହୋଇପଡ଼ିଛି। ଅଶୋଧିତ ତୈଳ ମୂଲ୍ୟ…

ଯୁଦ୍ଧ ଭିତରେ ବଡ଼ ଖବର, ହସ୍ପିଟାଲରେ ଭର୍ତ୍ତି ହେଲେ ଟ୍ରମ୍ପ? ସାରା ବିଶ୍ୱରେ ଚହଳ, ହ୍ବାଇଟ୍‌ ହାଉସ୍‌…

ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ…

ଆଉ ଏକ ଆମେରିକୀୟ ବିମାନକୁ ଖସାଇଲା ଇରାନ, ଦାବି କରି କହିଲା….

ତେହେରାନ,୫।୪: ଇରାନ ସହିତ ଚାଲିଥିବା ସଂଘର୍ଷରେ ଆମେରିକୀୟ ସେନା ପ୍ରବଳ କ୍ଷତି ସହୁଛି । ରବିବାର ଦିନ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଇସଫାହାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri