ବର୍ଷାରେ ଭୁସୁଡ଼ିଲା ଘର : ଅଳ୍ପକେ ବର୍ତ୍ତଲେ ପରିବାର ଲୋକେ

କାଳିଆପାଣି,୧୯ା୮(ଡି.ଏନ୍‌.ଏ.): ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ଅନ୍ତର୍ଗତ ରାଁସୋଳ ପାତ୍ରସାହିରେ ଶନିବାର ରାତ୍ରିରେ ପ୍ରବଳ ବର୍ଷା ଯୋଗୁ ରବିନାରାୟଣ ପାତ୍ରଙ୍କ ଗୃହ ଭୁସୁଡ଼ିପଡିଛି। ରବିବାର ସକାଳୁ ଖବର ପାଇ ସ୍ଥାନୀୟ ଭାଜପା ନେତା ଦ୍ୱିଲୀପ ପାତ୍ର , ଲମ୍ବୋଦର ମହାନ୍ତ, କୁନା ମହାନ୍ତ, ସଚିଦା ନନ୍ଦ ମୁର୍ମୁ, କୈଳାଶ ମହାକୁଡ଼ ପ୍ରମୁଖ ରବିଙ୍କୁ ଭେଟି ଆଶ୍ୱସନା ଦେବା ସହ ତୁରନ୍ତ ତାଙ୍କୁ ଘର ଓ ଚଳିଣି ପାଇଁ ଆବଶ୍ୟକ ଆସବାବପତ୍ର ଯୋଗାଇଦେବାକୁ ବିଡିଓଙ୍କ ନିକଟରେ ଦାବି କରିଛନ୍ତି।
ପ୍ରକାଶ ଯେ, ରବି ନାରାୟଣ କାଳିଆପାଣି ଥାନାରେ ଗ୍ରାମରଖି ଭାବେ କାର୍ଯ୍ୟ କରନ୍ତି। ୨୦ ବର୍ଷ ପୂର୍ବରୁ ଏକ ଇନ୍ଦିରାଆବାସ ଯୋଜନାରେ ଗୃହ ନିର୍ମାଣ କରିଥିଲେ। ଶନିବାର ସେ ପରିବାର ଲୋକଙ୍କ ସହ ଶୋଇଥିବା ବଳେ ବର୍ଷାରେ ଛାତ ଭୁସୁଡ଼ିବା ଶଦ୍ଧ ଶୁଣି ପରିବାର ସହ ଘରୁ ବାହାରକୁ ଦୌଡ଼ି ପଳାଇଥିଲେ। ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ସାହି କୋଠ ଘରେ ଏବେ ରବି ପରିବାର ସହ ଆଶ୍ରୟ ନେଇଥିବା ଜଣାପଡିଛି।