ବର୍ଷାଦିନେ ଗହଣାର ଯତ୍ନ

ସୁନାରୁପା ଅପେକ୍ଷା ଆଜିକାଲି ପ୍ଲାଟିନମ ଓ ଇମିଟେସନ୍‌ ଗହଣାର ବେଶ୍‌ ଚାହିଦା ରହିଛି। କମ୍‌ ଖର୍ଚ୍ଚରେ ମିଳୁଥିବା ଏହି ଗହଣା ପିନ୍ଧିବା ପାଇଁ ମଧ୍ୟ ହାଲୁକା। କିନ୍ତୁ ବର୍ଷାଦିନରେ ଏହାର ଅଧିକ ଯତ୍ନ ନେବା ଦରକାର ନଚେତ୍‌ ଏହା କଳା ପଡ଼ିଯିବ। ଆସନ୍ତୁ, ଜାଣିବା ବର୍ଷାଦିନରେ ଇମିଟେସନ୍‌ ଗହଣାର କିପରି ଯତ୍ନ ନିଆଯାଏ।
*ଗହଣାକୁ ବାକ୍ସ ଭିତରେ ନ ରଖି ମୋଟା ସୂତା କପଡ଼ାରେ ଗୁଡ଼ାଇ ରଖନ୍ତୁ।
*ଗହଣା ରଖିବା ସ୍ଥାନରେ ସିଲିକା ପ୍ୟାକେଟ ନିଶ୍ଚୟ ରଖନ୍ତୁ। ଏହା ଆର୍ଦ୍ରତାକୁ ଶୋଷି ନେଇଥାଏ। * ଏକ ସପ୍ତାହର ବ୍ୟବଧାନରେ ସବୁ ଗହଣାକୁ ବାହାରକରି ଖୋଲା ସ୍ଥାନରେ ରଖିଦିଅନ୍ତୁ ଏବଂ ଏକ କପଡ଼ାରେ ପୋଛି ପୁଣିଥରେ ଆଲମାରୀ ଭିତରେ ରଖନ୍ତୁ।
*ବର୍ଷାଦିନରେ ଯେପରି ଗହଣା ଓଦା ନ ହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଯଦି ଏଭଳି ହୁଏ, ତେବେ ଘରକୁ ଆସି ହାଲୁକା ଉଷୁମ ପାଣିରେ ଗହଣାକୁ ୧ରୁ୨ ମିନିଟ ବୁଡାଇ ସଫା କପଡ଼ାରେ ପୋଛି ଦିଅନ୍ତୁ। ଏହାପରେ ଏହାକୁ ଭଲ ଭାବେ ଶୁଖିବାକୁ ଦିଅନ୍ତୁ।
*ବର୍ଷାଦିନରେ ହ୍ବାଇଟ ମେଟାଲ ଗହଣା ପିନ୍ଧନ୍ତୁ ନାହିଁ। କାରଣ ଏହିଦିନେ ଏହା ଶୀଘ୍ର କଳା ପଡ଼ିଯାଏ।
*ଷ୍ଟୋନ ଗହଣାର ବ୍ୟବହାର କରିବା ପରେ ତାକୁ ଭେଲ୍‌ଭେଟ କପଡ଼ା ଥିବା ଜୁଏଲେରି ବାକ୍ସରେ ହିଁ ରଖନ୍ତୁ। ଅନ୍ୟ ଗହଣା ସହିତ ଆଦୌ ରଖନ୍ତୁ ନାହିଁ, ନହେଲେ ଏହାର ଚମକ ଉଡ଼ିଯିବ।