ବର୍ଷାଦିନେ ଖାଆନ୍ତୁ ଏହି ୪ ଫଳ: ସଂକ୍ରମଣରୁ ମିଳିବ ମୁକ୍ତି

ମୌସୁମୀ ଆସିବା ଫଳରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଏହି ସମୟରେ ୟାଡୁସ୍ୟାଡୁ ଖାଇବା ଉଚିତ ହୋଇ ନ ଥାଏ। ଏହା ସହ ଦୈନିକ କିଛି ଫଳ ଖାଇବା ନିହାତି ଜରୁରୀ। କାରଣ ଏହି ଫଳରେ ଥିବା ତତ୍ତ୍ୱ ବର୍ଷାଦିନେ ହେଉଥିବା ରୋଗ ଦାଉରୁ ଆମକୁ ରକ୍ଷା ଦେଇଥାଏ। ଜାଣନ୍ତୁ ସେ ଫଳ ସମ୍ପର୍କରେ, ଯାହାକୁ ମସୁମୀ ସମୟରେ ଖାଇବା ଜରୁରୀ ହୋଇଥାଏ।

ଜାମୁ: ଏହି କୋଳି ମୌସୁମୀରେ ଉପଲବ୍ଧ ହୋଇଥାଏ। ତେଣୁ ଏହାକୁ ସମସ୍ତେ ଖାଇବା ଉଚିତ। ମଧୁମେହ ରୋଗୀଙ୍କ ପାଇଁ ଏହା ଏକ ମହୌଷଧି। ଏଥିରେ ଆଇରନ୍‌, ପୋଟାସିୟମ୍‌ ଓ ଭିଟାମିନ୍‌ ରହିଛି। ଏହା ବର୍ଷାଦିନିଆ ସମସ୍ୟାରୁ ମୁକ୍ତି ଦେଇଥାଏ।
ନାସ୍‌ପାତି: ବର୍ଷା ଋତୁରେ ଏହି ଫଳ ଖାଇବା ଅଧିକ ଲାଭଦାୟକ ହୋଇଥାଏ। ଏଥିରେ ଭରପୂର ମାତ୍ରାରେ ଭିଟାମିନ୍‌ ସି ମିଳିଥାଏ। ନାସ୍‌ପାତି ବର୍ଷାଦିନିଆ ସଂକ୍ରମଣରୁ ରକ୍ଷା ଦେଇଥାଏ।
ପିଚ୍‌: ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ୱ ବର୍ଷାଦିନିଆ ସଂକ୍ରମଣରୁ ରକ୍ଷା କରେ।
ଡାଳିମ୍ବ: ଏହାର ଜୁସ୍‌ ବର୍ଷାଦିନେ ଅଧିକ ଫଳପ୍ରଦ ହୋଇଥାଏ।