ବର୍ଷାଦିନରେ କେଶର ଯତ୍ନ

ବର୍ଷାଦିନରେ ବଢ଼ୁଥିବା କେଶ ସମସ୍ୟା ଚିନ୍ତାର କାରଣ ହୋଇପାରେ। ଏଥିଲାଗି ଆପଣଙ୍କୁ କେତୋଟି ଉପାୟ ଦିଆଯାଉଛି ଯାହାକୁ ଆପଣାଇ ହେବେ ଟେନସନ୍‌ ଫ୍ରି । ଜାଣନ୍ତୁ ଏ ସମ୍ପର୍କରେ …

ମନ୍‌ସୁନ୍ ରେ  ସ୍କାଲ୍ପକୁ ଡ୍ରାଏ ରଖନ୍ତୁ ।
ଯଦି  ବର୍ଷାରେ କେଶ ଓଦା ହୋଇଯାଇଛି ତେବେ ତାକୁ ଶୁଖାଇ ଦିଅନ୍ତୁ। ଓଦା କେଶକୁ ବାନ୍ଧନ୍ତୁ ନାହିଁ। ଏହାଦ୍ୱାରା ଫଙ୍ଗାଲ ଇନ୍‌ଫେକ୍‌ସନ୍‌ ହେବାର ଆଶଙ୍କା ରହିଛି।
ଭଲ ହେବ ଯଦି କେଶ ଓଦା ହୋଇଛି ତେବେ କେଶକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ। କାହିଁକି ନା ବର୍ଷାପାଣିରେ ଏସିଡିକ୍‌ ଥାଏ। ଯାହା କେଶକୁ ଖରାପ୍‌ କରିପାରେ।
ସପ୍ତାହରେ  ଦୁଇ ତିନିଥର ନିଶ୍ଚିତ ମୁଣ୍ଡ ଧୁଅନ୍ତୁ।
ମୁଣ୍ଡ  ସଫା କରିବା ପୂର୍ବରୁ ତେଲ ନିଶ୍ଚିତ ଭାବେ ଲଗାନ୍ତୁ।
ନଖ ଉଷୁମ ତେଲରେ ମୁଣ୍ଡକୁ ମସାଜ୍‌ କରନ୍ତୁ।
କେଶକୁ  ନାଚୁରାଲ ଉପାୟରେ ଶୁଖାଇବାକୁ ଚେଷ୍ଟା କରନ୍ତୁ। ହେୟାର ଡ୍ରାୟର ବ୍ୟବହାର କରନ୍ତୁ ନାହିଁ।
ଅଧିକ କେମିକାଲ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ।
ଓଦା  କେଶକୁ କୁଣ୍ଡାନ୍ତୁ ନାହିଁ।
ବଡ଼  ଦାନ୍ତ ଥିବା ପାନିଆ ବ୍ୟବହାର କରନ୍ତୁ। ଏହାଦ୍ୱାରା କେଶ ଛିଡ଼ିବ ନାହିଁ। ହେୟାର ବ୍ରଶ ସବୁବେଳେ ଭଲ କ୍ୱାଲିଟିର ହେବା ଦରକାର। ମଝିରେ ମଝିରେ ଏହାକୁ ସଫା କରିବାକୁ ଚେଷ୍ଟା କରନ୍ତୁ।
ବହୁତ ଜୋର୍‌ରେ ରଗଡ଼ି ରଗଡ଼ି କେଶକୁ ପୋଛନ୍ତୁ ନାହିଁ।
ହେୟାର  ଷ୍ଟାଇଲ୍‌ ସିମ୍ପଲ ଓ ଶର୍ଟ ରଖନ୍ତୁ।
ଭିଟାମିନ୍ ଇ ଯୁକ୍ତ ଖାଦ୍ୟ ଖାଆନ୍ତୁ।