Categories: ଫୁରସତ

ବର୍ଗରରୁ ବାହାରିଲା କାଚ ଖଣ୍ଡ: ମେଡିକାଲରେ ପହଞ୍ଚିଲେ ଯୁବକ

ଆଜିକାଲିର ଯୁବପିଢ଼ି ଫାଷ୍ଟ ଫୁଡ୍‌ ଖାଇବାକୁ ବେଶ୍‌ ପସନ୍ଦ କରୁଛନ୍ତି। ପ୍ରତିଦିନ ଏହାକୁ ଖାଇବା ପାଇଁ ପିଜା ହଟ୍‌ ଅବା କୌଣସି ଫାଷ୍ଟ ଫୁଡ୍‌, ବର୍ଗର ଦୋକାନ ଆଗରେ ଲୋକଙ୍କ ଲମ୍ବା ଲାଇନ୍‌ ଲାଗିଥାଏ। ମାତ୍ର ପୁନେର ଜଣେ ବ୍ୟକ୍ତିଙ୍କ ପାଇଁ ବର୍ଗର ଖାଇବା ମହଙ୍ଗା ପଡ଼ିଛି। ସାଜିଦ ପଠାନ ନିଜର ବନ୍ଧୁମାନଙ୍କ ସହ ବର୍ଗର ଖାଇବା ପାଇଁ ଏକ ଦୋକାନରେ ପହଞ୍ଚିଥିଲେ। ସେଠାରେ ସେମାନେ ବର୍ଗର ସହ ସଫ୍ଟ ଡ୍ରିଙ୍କ୍‌ ଅର୍ଡର କଲେ। ମାତ୍ର ସାଜିଦ ଯେତେବେଳେ ଗୋଟିଏ ବାଇଟ୍‌ ବର୍ଗର ଖାଇଛନ୍ତି ତାଙ୍କ ତଣ୍ଟି ଦରଜ ହେବା ସହ ପାଟିରୁ ରକ୍ତ ବାହାରିବା ଆରମ୍ଭ କରିଥିଲା। ସାଜିଦଙ୍କ ଜଣେ ବନ୍ଧୁ ବର୍ଗର ଚେକ୍‌ କରିବା ପରେ ସେଥିରୁ ଖଣ୍ଡ ଖଣ୍ଡ କାଚ ବାହାରିଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୩୫ ହଜାର ଟଙ୍କା ଖର୍ଚ୍ଚ ହେବାପରେ ସେ ସୁସ୍ଥ ହୋଇଥିଲେ। ପେସାରେ ସାଜିଦ ଜଣେ ଅଟୋ ଡ୍ରାଇଭର। ସଏ ନେଇ ସାଜିଦ ଥାନାରେ ଅଭିଯୋଗ କରିଛନ୍ତି। ମେଡିକାଲ ରିପୋର୍ଟ ଆସିବା ପରେ ଦୋକାନ ମାଲିକଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ପୋଲିସ କହିଛି।

Share