Categories: ଫୁରସତ

ବରେଲୀରେ ହେଉଛି ଝୁମ୍‌କା ଛକ

ମେରା ସାୟା ଚଳଚ୍ଚିତ୍ରର ‘ଝୁମ୍‌କା ଗିରାରେ ବରେଲୀ କେ ବାଜାର ମୈ…’ ଗୀତଟି ସମସ୍ତେ ଶୁଣିଥିବେ। ଏଇ ଗୀତ ପାଇଁ ଦିନେ ବରେଲୀ ପ୍ରସିଦ୍ଧ ହୋଇଯାଇଥିଲା। ତେଣୁ ସେଇ ବରେଲୀରେ ନିର୍ମାଣ ହେଉଛି ଝୁମ୍‌କାର ଏକ ବିରାଟ ସ୍ଥାପତ୍ୟ, ଯାହା ଝୁମ୍‌କା ଚୌରାହାଃ ବା ଛକ ଭାବେ ପରିଚିତ ହେବ। ଏଠାରେ ୩୦ ଫୁଟ ଉଚ୍ଚତାବିଶିଷ୍ଟ ଏକ ଝୁମ୍‌କା ନିର୍ମାଣ କରାଯାଉଛି। ଡେଲାପୀର ଛକରେ ହେଉଥିବା ଉକ୍ତ ସ୍ଥାପତ୍ୟ ବରେଲୀର ପରିଚୟ ହେବ। ବରେଲୀ ବିକାଶ ପ୍ରାଧିକରଣ ଏହାର ଡିଜାଇନ୍‌ ଚୟନ କରିଛନ୍ତି। ଝୁମ୍‌କା ନିର୍ମାଣ ପାଇଁ ୧୦ ଲକ୍ଷ ଅଟକଳ କରାଯାଇଥିବାବେଳେ ଏଥିରେ ମୋଟ୍‌ ଖର୍ଚ୍ଚ ହେବ ୪୦ ଲକ୍ଷ ଟଙ୍କା। ଝୁମ୍‌କା ଫାଇବର ଗ୍ଲାସ୍‌ରେ ତିଆରି ହେଉଛି। ଏହାର ଡିଜାଇନ ଗୁରୁ ଗ୍ରାମରେ ହୋଇଥିବାବେଳେ ପିତ୍ତଳ ନଗରୀ ମୁରାଦାବାଦରେ ଏହାକୁ ତିଆରି କରାଯାଇଛି।

Share