ବରୀ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନମୁଣ୍ଡ ପୂରାଇବ ନାହିଁ ବିଜେଡି: ବିଧାୟିକା

ବରୀ,୯।୮(ସ୍ବ.ପ୍ର): ବରୀ ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଆସନ୍ତା ୨୧ତାରିଖରେ ଉପନିର୍ବାଚନ ହେବାକୁ ଯାଉଥିବା କୁହାଯାଉଛି। ଏ ନେଇ ସରକାରୀ ଭାବେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିଲେ ହେଁ ବରୀ ରାଜନୀତିରେ ଉଷ୍ମତା ଦେଖାଦେଇଛି। ଆସନ୍ତା ୧୩ତାରିଖରେ ସରକାରୀ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସମିତି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ଉପନିର୍ବାଚନରେ ବିଜେଡି ଅଂଶଗ୍ରହଣ କରିବ ନାହିଁ ବୋଲି ଗୁରୁବାର ବିଜେଡି ପକ୍ଷରୁ ବିଧାୟିକା ସୁନନ୍ଦା ଦାସ ସୂଚନା ଦେଇଛନ୍ତି। ବିଧାୟିକା କହିଛନ୍ତି ଯେ, ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଦେବାଶିଷ ନାୟକଙ୍କୁ ଟିକେଟ ଦେଇ ନ ଥିଲା। ବିଜେଡିରୁ ଟିକେଟ ପାଇ ସେ ବିଧାୟିକାଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ବରୀର ବିକାଶ ପାଇଁ ୧୫ଟି କାର୍ଯ୍ୟସୂଚୀ ଉପରେ ବ୍ଲୁ ପ୍ରିଣ୍ଟ ସରିଛି। ବରୀର ବିକାଶ ଉପରେ ବିଜେଡି ସବୁବେଳେ ଗୁରୁତ୍ୱ ଦେଇଆସୁଛି। ଆସନ୍ତା ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡି ମୁଣ୍ଡ ପୂରାଇବ ନାହିଁ ବୋଲି ବିଧାୟିକା ଦାସ ପ୍ରେସ୍‌ ଇସ୍ତାହାର ମାଧ୍ୟମରେ ଜଣାଇଛନ୍ତି।