ବରୀରୁ ୪ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଲା

ରତ୍ନଗିରି,୧୮ା୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକରୁ  ସୋମବାର ସକାଳେ ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ନୂଆ ୪ ସଂକ୍ରମିତ ବ୍ୟକ୍ତି ଓ ଗତକାଲି ବରୀରୁ ଜଣେ ଆକ୍ରାନ୍ତଙ୍କୁ ମିଶାଇ ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ ବ୍ୟକ୍ତି ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୧୬,୨୭,୩୬ ଓ୬୦। ସେମାନେ କୋଲକାତାରୁ ଗତ ୧୫.୫.୨୦ରେ ଫେରିବା ପରେ ସରକାରୀ ନିୟମ ମୁତାବକ ସନ୍ଥନସ୍ଥିତ ସରକାରୀ ଅସ୍ଥାୟୀ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ। ଆଜି ସେମାନଙ୍କ ସ୍ବାବ୍‌ ରିପୋର୍ଟ କରୋନା ପଜିଟିଭ୍‌ ଆସିଛି ବୋଲି ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ. କୌଶିକ ପାତ୍ର ସୂଚନା ଦେଇଛନ୍ତି।